STORYMIRROR

Banabihari Mishra

Abstract

2  

Banabihari Mishra

Abstract

ହେ ସଖା

ହେ ସଖା

1 min
146

ତୁମକୁ ମୁଁ ଖୋଜିଛି ହେ ସଖା

ଶୀତୁଆ ସକାଳ କୁହୁଡିରେ

ଗ୍ରୀଷମର ତପ୍ତ ମାର୍ତ୍ତଣ୍ଡରେ

ରିମ୍ ଝିମ୍ ବରଷା ବୁନ୍ଦାରେ


ଶରତର ନିର୍ମଳ ଆକାଶେ

ବସନ୍ତ ମଳୟ ପବନରେ

କଅଁଳିଆ ଫୁଲ ପାଖୁଡ଼ାରେ

ହେମନ୍ତର କାକର ବୁନ୍ଦାରେ


ସବୁଠି ମୁଁ ଖୋଜିଛି ତୁମକୁ

ରଜନୀଗନ୍ଧାର ବାସରେ

ମନ୍ଦିରର ସଞ୍ଜ ଆଳତୀରେ

ନବବଧୂ ଚଉଁରା ଦୀପରେ


ଉଦୟ ସୂର୍ଯ୍ୟର ଅରୁଣିମା

ସାୟାହ୍ନରେ ଗୋଧୂଳି ବେଳାରେ

ଶିଶୁର ସେ ଦରୋଟି କଥାରେ

ସଦ୍ୟସ୍ନାତା ମୁକ୍ତ କବରୀରେ


ଚପଳ ଶିଶୁର ସାରଲ୍ୟରେ

ସାଗରର ଉତ୍ତୁଙ୍ଗ ଢେଉରେ

ଝରଣାର କୁଳୁକୁଳୁ ସ୍ବରେ

ନଦୀକୂଳ ଶୀତଳ ବାଆରେ


ଘଞ୍ଚ ଅରଣ୍ୟର ଗାମ୍ଭୀର୍ଯ୍ୟରେ

ଉପବନ ଶାନ୍ତ ସୌମ୍ୟତାରେ

ସବୁଠି ତ ସମାନ ଭାବରେ

ତୁମକୁ ମୁଁ ଅନୁଭବ କରେ


ସାଗରର ଉତ୍ତାଳ ଲହରୀ

ମରୁଭୂମି ବାଲୁକା ଶଯ୍ୟାରେ

ସୁଗନ୍ଧିତ ପବନ ଢେଉରେ

ବରଷାର ରିମଝିମ୍ ସ୍ବରେ


ତୁମ ଉପସ୍ଥିତି ସବୁଠାରେ

ଯାହାକିଛି ରମଣୀୟ ଦିଶେ

ସବୁଠାରେ ତୁମ ସତ୍ତା ଥାଏ

ସୁନ୍ଦର ଯେ ତୁମରି ପରଶେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract