ହେ ଶ୍ୟାମ
ହେ ଶ୍ୟାମ
କିଏ ତୁମେ ମୋର
ଏ ପ୍ରଶ୍ନ ହୃଦୟର
ପ୍ରାଣଠୁ ନିଜର
ଆତ୍ମା ସ୍ପନ୍ଦନର
ନିଶ୍ୱାସ ବିଶ୍ୱାସର
ପ୍ରତିକ୍ଷଣ ମୁହୂର୍ତ୍ତର
ନ ହୁଅ ହେ ଅନ୍ତର
ସମଗ୍ର ଚେତନାର
ଅଂଶ ବିଶେଷର
ଦେହରୁ ଦେହତୀତ
ବର୍ତ୍ତମାନ, ଭବିଷ୍ୟତ
କେବଳ ଚିନ୍ତନର
ସ୍ମରଣ, ମନନର
ଭିଜିବାର, ମଜ୍ଜିବାର
ଲୁହ, କୋହ ଏକାକାର
ମନ୍ତ୍ରକ୍ଷରା ଅମୃତର
ନିନାଦିତ ମୃଦୁ ସ୍ୱର
ଉପବନେ ବଂଶୀ ସ୍ୱର
ଯମୁନା ତଟେ ତଲ୍ଲୀନ
ମଧୁ ଝରା ଭାବ ସ୍ଵନ
ତୁମ ବିନା ସବୁ ଶୂନ୍ୟ
ଶବ୍ଦହୀନ ଏ ଜୀବନ
ଲାଗଇ ସବୁ ଦହନ
ହେ ଶ୍ୟାମ ମୋ ପୂର୍ଣ୍ଣବ୍ରହ୍ମ
ମୁହୂର୍ତ୍ତେ ନୁହେଁ ବିସ୍ମୃତିର
କଦମ୍ବ ସେ ପ୍ରାଣ ମୋର
ରାଧେ, ରାଧେରେ ଅସ୍ଥିର
ରାଧା, କୃଷ୍ଣ ବିନା ନିଥର
ପ୍ରାଣେ ପୁଲକିତ ସାର
ହେ ଗୋବିନ୍ଦ ହେ ଗୋପାଳ
ହେ ମୁକୁନ୍ଦ ହେ ଯଦୁକୂଳ
ହେ ରାଧେ, ରାଧେ ଶ୍ରୀଧର
ତୁମେମୟ ଏ ସଂସାର
ପ୍ରାଣେ ଲାଗଇ ଅଧିର
ସମ୍ମୋହନ ସ୍ପନ୍ଦନର
କରଇ ମୋତେ ବିଭୋର
ମଲ୍ଲୀ, ତମାଳ ମାଳତୀର
ବାସ୍ନାଭିଜା ସେ ମହକର
ଆହା ଜନ୍ମ ସୌଭାଗ୍ୟର
ଆତ୍ମିକ ଆକର୍ଷଣରେ ବିହ୍ଵଳ
ଚନ୍ଦନ ଚର୍ଚ୍ଚିତ ମେଘମାଳ
ଶ୍ୟାମକୁଞ୍ଜ ଶ୍ରୀମୟତାର
ରଙ୍ଗେ ଭରା ସ୍ମିତ ହାସ୍ୟଧାର
ନବ ନିରଦ ନିନ୍ଦିତ କାନ୍ତିଧର
ରସ ସାଗର, ନାଗର ଭୂପବର
ନୀଳ କଳେବର ଶୋଭିତ ହାରଂ
ଗୋଧନ ପାଳକ ଗୋପ କୁମାରଂ
ଶ୍ୟାମଳ ସୁନ୍ଦର କେଶବ ମୋର
କୋଟି ପ୍ରଣାମ ଶ୍ରୀ ରଙ୍ଗା ଅଧରଂ ।
