Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ହେ ସାରଥି

ହେ ସାରଥି

1 min
198


ହେ ସାରଥି,

ବାହିନିଅ ଜୀବ ରଥ,

ତୁମେ ଜ୍ଞାନ ତୁମେ ବୁଦ୍ଧି

ତୁମେ ଲକ୍ଷ୍ୟ ତୁମେ ସୁପଥ ।


ଧରିଥାଅ କଷି ହାତେ

ମୋ ଜୀବନ ରଜ୍ଜୁ,

ସତ୍ୟ ତୁମ ସ୍ୱରୂପ ରେ

ମନ ମୋର ମଜ୍ଜୁ,

ତୁମ ବିନା ସାହା କିଏ

ଅଛି ଆଉ ନାଥ ।

ହେ ସାରଥି------


ଗୁରୁ ବ୍ରହ୍ମା ବିଷ୍ଣୁ ତୁମେ

ଶିବ ମହେଶ୍ୱର,

ତୁମ ଆଜ୍ଞା ବିନା ଗଛେ

ହଲେ ନାହିଁ ପତ୍ର,

ତୁମେ କର୍ମ ଜ୍ଞାନ ଭକ୍ତି

ଧର୍ମ ମୂଳ ସ୍ରୋତ ।

ହେ ସାରଥି-----


ତୁମେ ପରମ ଶକତି

ଯୋଗୀ ରାଜେଶ୍ୱର,

ଶ୍ରୀ ମୁଖ ପଦ୍ମୁ ନିଃସୃତ

ଗୀତା ଜ୍ଞାନ ସାର,

ଦିଅ ସୁବୋଧ ଅଜ୍ଞାନେ

ପୂରୁ ମନୋରଥ ।

ହେ ସାରଥି------


ହରେକୃଷ୍ଣ ହରେରାମ

ପ୍ରଭୁ ଜଗନ୍ନାଥ,

ଇଷ୍ଟ ପରମେଷ୍ଟ ଦେବ

ଶ୍ରୀ ରାଧା ଗୋପୀନାଥ,

ଦୟାକର ମୁଢ ମତେ

ଶରଣ ଭରତ ।

ହେ ସାରଥି------


----------



Rate this content
Log in

Similar oriya poem from Inspirational