STORYMIRROR

Krushnapriya Mohapatra

Classics Inspirational Others

3  

Krushnapriya Mohapatra

Classics Inspirational Others

ହେ ରଘୁ ନନ୍ଦନ ହେଉ ତୁମ ଆଗମନ

ହେ ରଘୁ ନନ୍ଦନ ହେଉ ତୁମ ଆଗମନ

1 min
35

ନୟନେ ମୋ ଥାଉ ରୂପତୁମ କମନୀୟ

ତୁଣ୍ଡରେମୋ ଥାଉ ରାମ ନାମ ଭାଵମୟ ।


ଦର୍ଶନ ମୁଁ କରୁଥିବି ସର୍ବଦା ଅନ୍ତରେ

ଭଜନ, ଚିନ୍ତନ ଆଉ ମନନ ଭକ୍ତିରେ।


ମର୍ଯ୍ୟାଦା ପୁରୁଷୋତ୍ତମ ବୋଲାଅ ସଂସାରେ

ଦୁର୍ବାଦଳ ତନୁ କୋଟି କନ୍ଦର୍ପ ସଂହାରେ।


ପଦ ଯୁଗଳ ଦିଶଇ ଯେହ୍ନେ ପଦ୍ମଚୟ

ପୀତବସନେ ଆବୃତ୍ତ କଟି କମନୀୟ।

 

ସ୍କନ୍ଧରେଯେ ଶୋଭା ପାଏ ସୁବର୍ଣ୍ଣଉତ୍ତରୀ,

 ଯଜ୍ଞଉପବୀତ ସ୍କନ୍ଧେ ଧାରଣ ଯେ କରି।


ଆଜାନୁ ଲମ୍ବିତ ବାହୁ, ବାହୁରେ କଙ୍କଣ

ଧରିଛନ୍ତି ପ୍ରଭୁବାମହସ୍ତେ ଧନୁର୍ବାଣ।


ଦକ୍ଷିଣ ହସ୍ତଯେ ଅଛି ଅଭୟ ମୁଦ୍ରାରେ,

ଦେଉଛନ୍ତି ଆଶିଷ ସେ ଅତି ଆବେଗରେ।


ମଣିମୟ ମୁକୁଟ ଯେ ଶିରେ ଶୋଭାବନ

ଗଳାରେ ଲମ୍ବିଛି ରତ୍ନହାର କୋଟି କମ।


ପ୍ରଶସ୍ତ କପୋଳେ ଶୋଭେ ରାମାନନ୍ଦୀଚିତା

ଭୁରୁ ଦୁଇ ରହିଛନ୍ତି ବଢ଼ାଇ ଦୀର୍ଘତା।


 ଚନ୍ଦ୍ରବଦନକୁ ଶୋଭା ପାଏ ପଦ୍ମ ନେତ୍ର

ଦେଖି ଲାଗେ ସୂର୍ଯ୍ୟଚନ୍ଦ୍ର ଅବା ବିରାଜିତ।


ନାସିକା ର ଶୋଭା ସତେ କି ଅବା ବର୍ଣିଵା

ରକ୍ତିମ ଅଧର ଦିଶେ ଯେହ୍ନେ ରକ୍ତଜବା।


ମୁଖାରବିନ୍ଦେ ଝଟକେ ସ୍ମିତ ହାସ୍ୟ ରେଖା

ସେରୂପ ହୃଦୟେ ରହି ଅଛି ହୋଇ ଅଙ୍କା।


ଆସ ପ୍ରଭୁ ଧରାଧାମେ ପୁନଃ ହୋଇ ଜାତ

ପୃଥି ଟଳମଳ କଷ୍ଟ ଭୋଗେ ଅପ୍ରମିତ।


ସଂସ୍ଥାପିତ ହେଉ ରାମ ରାଜ୍ୟପୁନର୍ବାର

ଦୁଷ୍ଟ ନାଶ ହେଉ ଶୁଣି ଧନୁର ଟଙ୍କାର।


କୌଶଲ୍ୟା ନନ୍ଦନ ପ୍ରଭୁ ଜାନକୀ ଜୀବନ

ଭାରତ ଭୁଖଣ୍ଡେ ଶାନ୍ତି ହେଉ ସଂସ୍ଥାପନ।


ଅଯୋଧ୍ୟାର ଭବ୍ୟମନ୍ଦିରରେ ବିଜେ କରି

ସଂସାର ପାଳନ କର ଆହେ ଧନୁର୍ଦ୍ଧାରୀ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics