ହେ ପ୍ରାଣ ପ୍ରିୟ ବିଶ୍ୱ ସଖା
ହେ ପ୍ରାଣ ପ୍ରିୟ ବିଶ୍ୱ ସଖା
ଆସ ଆସ ଆହେ ପ୍ରାଣ ପ୍ରିୟ ସଖା
ଦେଖାଅ ଆମକୁ ତମର ସୁପ୍ରିୟ ପଞ୍ଚସଖା l
ଯାହାଙ୍କ ଜୀବନ ସମର୍ପିତ ପୁଣ୍ୟ ମନ
ତଵ ପାଦ ତଳେ ଯାଇଛି ତାଙ୍କ ଜୀବନ l
ଦେଲେ ବିପଥୀକୁ ସତ ଦିଗଦର୍ଶନ
ମାଳିକା ବଚନ ରଚି କଲେ ପ୍ରମାଣ l
ପ୍ରାଣର ଖୋରାକ ତୁମେ ଦାତା ପ୍ରଭୁ
ଉଦର ଖୋରାଖ ଦାନେ ପୋଷ ପ୍ରଭୁ l
ଦିବ୍ୟ ଜ୍ଞାନ ଦାତା ଅଟଳ ମହାମେରୁ
ଶୁଦ୍ଧ ଆନନ୍ଦ ଦାତା ଆହେ ଯଜ୍ଞ ଚରୁ l
ଅତି ମାନସ ଶକ୍ତି ଅବିର୍ଭୁତ କଲ ପ୍ରଭୁ
ଅରବିନ୍ଦ ମାଧ୍ୟମେ ଶ୍ରୀମାଙ୍କ ଆତ୍ମଭୁ l
ଆଜି ଭାରାକ୍ରାନ୍ତ ମେଦିନୀ ମାତା ପୃଷ୍ଠ
ମନ ପ୍ରାଣ ତାଙ୍କ ଅରାଜକତାରେ ଅତିଷ୍ଠ l
ପାର୍ଥିବ ଭ୍ରଷ୍ଟ ସନ୍ତାନଗଣ ଷଡ଼ ରିପୁ ଗ୍ରସ୍ତ
ଧାର୍ମିକ ସନ୍ତାନଙ୍କ ଜୀବନ ହୁଏ ହନ୍ତ ସନ୍ତ l
ଦାରୁବ୍ରହ୍ମ ସାଜି ପ୍ରଭୁ ବସିଅଛ ନୀଳାଚଳେ
ଦେଖି ଅଦେଖା କରୁଛ କାହିଁକି ଅବହେଳେ l
ଧ୍ବଂସ ମୁଖୀ ପୃଥିବୀ ମାତାଙ୍କୁ ଅଟେ ମହାଧର୍ମ
ବୀର ସନ୍ତାନପ୍ରାଣେ ସଞ୍ଚାର ମାନବୀୟ ଧର୍ମ l
ଯୁଗେ ଯୁଗେ ପ୍ରଭୁ ନାଶି ଦୁଷ୍ଟ ପାଳିଛ ସନ୍ଥଜନ
ମନ୍ଦିରେ ତଵ ଉଡ଼ାଇଛ ବାନା ଆତଙ୍କ ନାଶନ l
କାହିଁ ଗଲେ ସଙ୍କର୍ଷଣ ହଳଧର କ୍ରୋଧୀ ଅଗ୍ରଜ
କାହିଁକି ସେ ନୀରବ ଦେଖି ସବୁ ଅଘଟଣ ବୀଜ l
ପରମାଣୁ ଆତଙ୍କେ ଶାନ୍ତ ଧରାବାସୀ ବିବ୍ରତ
ଦେଶ ଦେଶ ମଧ୍ୟେ ବିବାଦ ଚାଲିଛି ଅବିରତ l
ତଵ କର୍ମ ଭୂମି ଭାରତବର୍ଷ ଏବେ ବିଚଳିତ
ଧର୍ମ ନିରପେକ୍ଷତା କରିଛି ତାଙ୍କୁ ନିରୁପାୟିତ l
ସତ୍ୟ ଶାନ୍ତି ଦୟା କ୍ଷମା ମାନବିକତାର ପ୍ରତୀକ
ଏହି ଆମ ଆର୍ଯ୍ୟଭୂମି ବାସୀଗଣଙ୍କ ଦେଶ ଟେକ ।
ରଖିବାକୁ ଅସମର୍ଥ ସଦା ହେଲେଣି ସେମାନେ
ଡାକନ୍ତି ଆପଣଙ୍କୁ ଦିବା ନିଶି ଆର୍ତ୍ତେ ଅନୁକ୍ଷଣେ l
ହେ ଆତଙ୍କ ନାଶନ ପ୍ରାଣପ୍ରିୟ ଜଗତର ନାଥ
କଳି ଯୁଗ କରି ଅନ୍ତ ଆଶୁ ସୃଷ୍ଟି କର ନବ ଦିଗନ୍ତ l
ଭୀଷଣ ବାଧୁଛି ପ୍ରଭୁ ଜୀବନ ଧାରଣ ପୁଣ୍ୟ ପଥେ
ଆର୍ଯ୍ୟ ଭୂମିର ପବିତ୍ର ବିଶ୍ୱ ଗୁରୁ ଆଜି ବିପନ୍ନ ପଥେ l
ମାଗୁନୁ ତମକୁ ଆମେ ଆହେ ଚକାଡୋଳା ପ୍ରାଚୁର୍ଯ୍ୟ
କେବଳ ମାଗୁଛୁ ସାଧିବାକୁ ମହୀତଳେ ସତ କାର୍ଯ୍ୟ l
ଢାଳ ପ୍ରଭୁ ଅବିରତ କୃପା ବାରି ଅବିରତ ଆମଶିରେ
କରଛୁ ପ୍ରାର୍ଥନା ଘରେ ମନ୍ଦିରେ ପ୍ରତି ସନ୍ଧ୍ୟା ସକାଳେ l