STORYMIRROR

Shiba Charan Mahapatra

Inspirational

3  

Shiba Charan Mahapatra

Inspirational

ହେ ପିତା

ହେ ପିତା

1 min
510



ହେ ପିତା..

ତୁମ ଆବର୍ତମାନ ବି ଲାଗେ ମୋତେ ବାସ୍ତବତା..

ତୁମ ଅନୁପସ୍ଥିତି

ମୋ ଜୀବନେ ଅଭିଶପ୍ତ ପାହାନ୍ତିର

ଯନ୍ତ୍ରଣା ଭରା ନିର୍ଜନତା..

ହେ ମୋର ଚଳନ୍ତି ଇଶ୍ଵର..

ତୁମେ ହିଁ ତ ମୋ ଜୀବନ ସଂଗ୍ରାମରେ

ବୀର ଯୋଦ୍ଧା ଚକ୍ରଧର..

ତୁମେ ଧରା କୁ ସରା ମଣି

ଚଳୁରେ ଢୋକି ପାର ସମଗ୍ର ବିବଶତା..

ମଣିଷ ରୁ ମାଟି ପାଲଟି

ଫୁଟେଇ ପାର ଫୁଲ ଫଳ ସବୁଜିମା

ମୋ ପାଇଁ ସାଜି କାମଧେନୁ ମାତା..

ତୁମ ଗାରିମା ର ପଟାନ୍ତର ନାହିଁ

ମୁଁ ଚିହ୍ନ ଟିଏ ତୁମେ ମୋ ରଚୟିତା..

ମୁଁ କ୍ଷୁଦ୍ର ଅଣୁଟିଏ ତୁମେ ମୋ ପୂର୍ଣ୍ଣତା..

ଦୟା କରୁଣା ର ବାରିଧାରା ତୁମେ

ମୁଁ ନତମସ୍ତ ସଦା ଆଶିଷ ଗ୍ରହିତା..

ଅବିଶ୍ୱସନୀୟ ତୁମ ଅନୁପସ୍ଥିତି

ଜୀବନରେ ଭରେ ନିରବତା..

ଗୁଣୁ ଗୁଣୁ ହୋଇ ଗୁଞ୍ଜରିତ ହୁଏ

ସ୍ନେହ ତାଗିଦ୍ ଭରା ତୁମ କଥା..

ହେ ପିତା ..

ତୁମ ସଂସ୍କାର ର ଚାବୁକ ମାଡ

ପ୍ରତି ପାଦେ ମୋର ଆଲୋକ ଶୀଖା...

ମୋ କର୍ମ କଷଣ ବାର୍ଦ୍ଧକ୍ୟ କାଳେ

ସାଜୁଛି ତୁମର କପାଳ ଲେଖା..

କିଞ୍ଚିତେ ନୀର ତୁମ ନୀରବ ସ୍ରୋତ ରୁ

ମୋ ନୀରବ ପ୍ରାଣେ ସଞ୍ଚିତ ହୁଏ..

ତୁମ କରୁଣା ରେ ଝଡତୋଫାନ କୁ

ହସିହସି ମୁଁ ଯେ ଲଙ୍ଘିଯାଏ..

ତୁମେ ମୋର ପ୍ରଭୂ ଚଳନ୍ତି ଠାକୁର

ତୁମେ ମୋ ପିଣ୍ଡ ର ସୁତ୍ରଧର..

ଅକିଞ୍ଚନ ମୁହିଁ କି ଅବା ଶୁଝିବି

ଜଣାଉଛି ପାଦେ ନମସ୍କାର ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational