Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

3  

Prafulla Chandra Mishra

Classics

ହେ ମୋର ପ୍ରିୟତମ

ହେ ମୋର ପ୍ରିୟତମ

1 min
7.2K


• ଶରଧା ବଳିଛି ଲୋ , ସଖୀ ସତେକି ଆଜି

• ମାଧବ ଡାକିବେ କୁଞ୍ଜ କାନନକୁ

• ରଚିବେ ରାହାସ କରିବେ କେଳୀ

• ଶରଧା ବଳିଛି ଲୋ , ସଖୀ ସତେକି ଆଜି…।।


• ଆଜିର ଏ ପୁନେଇଁ ଜହ୍ନ , ମନକୁ କରୁଛି ଉଚ୍ଛନ୍ନ

• ଗୋପ ଚନ୍ଦ୍ରମାଙ୍କ ଅଙ୍କ କି ମଣ୍ଡିବ

• ବୃଷଭାନୁ ଜେମା ଭାଗ୍ୟେ କି ଅଛି,

• ଶରଧା ବଳିଛି ଲୋ , ସଖୀ ସତେକି ଆଜି...।।


• ଝରିବ ରଜତ ଜୋଛନା , ହସୁଥିବ ଦୂରେ ଚନ୍ଦ୍ରମା

• ମୟାବିନୀ ରାତି ଜହ୍ନ ଅନ୍ଧାରରେ

• କୁଞ୍ଜେ ହେବ ରାଧା ମାଧବ ପ୍ରିତୀ,

• ଶରଧା ବଳିଛି ଲୋ , ସଖୀ ସତେକି ଆଜି…।।


• ତାରା ଫୁଲେ କୁଞ୍ଜ କାନନ , ଦିଶିବ ଅନନ୍ୟ ସୁରମ୍ୟ

• ମାଧବଙ୍କ ଅଙ୍ଗେ ମଳୟ ପବନ--

• -ସମ ସତେ ରାଇ ଜଡି ଯିବକି,

• ଶରଧା ବଳିଛି ଲୋ , ସଖୀ ସତେକି ଆଜି...।।


• ନୈସର୍ଗିକ ଅମୀୟ ପ୍ରେମ , ରାଧାକୃଷ୍ଣ ମହାମିଳନ

• ସତେକି ସଜନୀ ଆଜିଏ ରଜନି

• ଅପାସୋରାହୋଇ ରହିଯିବକି,

• ଶରଧା ବଳିଛି ଲୋ , ସଖୀ ସତେକି ଆଜି…।।


• ନନ୍ଦସୁତ କଳାକହ୍ନାଇ , ଚନ୍ଦ୍ରସେଣା ଘରଣୀ ରାଇ

• ସେ ଯୁଗଳ ପଦେ ପ୍ରଫୁଲ୍ଲ ଶରଣ

• ମୋ ମନ କୁଞ୍ଜକୁ ରଞ୍ଜାଇବକି ,

•‌ ଶରଧା ବଳିଛି ଲୋ , ସଖୀ ସତେକି ଆଜି...।।


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା






Rate this content
Log in

Similar oriya poem from Classics