STORYMIRROR

Abhiram Mandal

Abstract

2  

Abhiram Mandal

Abstract

ହେ ମୋର ବନ୍ଧୁ

ହେ ମୋର ବନ୍ଧୁ

1 min
316

ହେ ମୋର ବନ୍ଧୁ,

ତୁମେ କିଗୋ ରହିଗଲ

ସରଗର ଅଳକାପୁରୀରେ

ଅବା ଇନ୍ଦ୍ରର ନନ୍ଦନକାନନରେ

ଥରେ ମତେ ଚାହିଁଲନି

ଯେଉଁଠାରେ ଥିଲି

ରହିଗଲି ସେଇଠାରେ

ନରକର ଅପନ୍ତରା ପଥରେ


ଦିନେ ପରା ଦିହେଁ

ଦେଖିଥିଲେ ସପନ

ସପନ ସେ ଏକାଠି ବଂଚିବାର

ତେବେ କୁହ କାହିଁ ତମେ ଚାଲିଗଲ

ଛାଡି ଦେଇ ମତେ ଏକା

କି ଦେଖି ଭୁଲ ବା ମୋହର

ତୁମକୁ ପ୍ରାପ୍ତ ସିନା ଫୁଲର ବିଛଣା

ହେଲେ ମୁଁ ଜଳୁଛି ଯନ୍ତ୍ରଣାର

ତେଲ କଢ଼େଇରେ


ତୁମେ କେଉଁଠୁ ବୁଝିବ

ଦୁଃଖ ଯନ୍ତ୍ରଣାକୁ

ତୁମେ ତ ରହିଛ

ଖୁବ ଆରାମରେ

ତୁଳିତଳପ ମଖମଲି ଘରେ

ପାଶୋରିଛ ତୁମେ

ଧୂସର ମାଟିର କଠିନ ପଥକୁ

ଭୁଲିଗଲ ତୁମେ

ସେଇ ସାଥୀଟିକୁ

ଯିଏ ପାଇଥିଲା ପ୍ରତିଶୃତି ଦିନେ

ହେବାକୁ ନାୟକ

ତୁମରି ଗଳ୍ପରେ


ଗଳ୍ପର କାଗଜ କିବା

ହଜିଗଲା କେଉଁଠାରେ

ଅବା ତୁମେ ଫିଙ୍ଗିଦେଲ

ରାସ୍ତା କଡ଼ ଅଳିଆ ଟୋକେଇରେ

ହଁ...ଏବେ ତୁମର ବା କି ଦରକାର

ସେଇ ପୁରୁଣା ଗଳ୍ପରେ

ତୁମେ ତ ଲେଖିଛ ନୂଆ ଏକ ଗଳ୍ପ

ସାକ୍ଷୀରଖି ଅଳକାପୁରୀକୁ

ମୁଁ କିନ୍ତୁ ଅପେକ୍ଷା କରିଛି

ମୃତ୍ୟୁର ଶୀତଳ ସ୍ପର୍ଶକୁ

ଛଟପଟ ହେଇ ନରକ କୁଣ୍ଡରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract