STORYMIRROR

DR PRASANTA KUMAR BISWAL

Inspirational

3  

DR PRASANTA KUMAR BISWAL

Inspirational

ହେ ମୋର ଆତ୍ମୀୟ ସୋଦର:::::::

ହେ ମୋର ଆତ୍ମୀୟ ସୋଦର:::::::

1 min
97

ହେ ଅମୃତସ୍ୟ ପୁତ୍ରାଃ, ଆତ୍ମୀୟ ସୋଦର , 

ସଖା ହେ ବନ୍ଧୁ ପ୍ରବର,

ଅତି ଆପଣାର ମୋର ପ୍ରିୟ ମାନ୍ୟବର, 

ମୋର ହୃଦୟର ଯଥାମାନ୍ୟ ଘେନା କର,

ଆସିଛି ପାବନ ଦିବସ ବିଘ୍ନବିନାଶଙ୍କର,

ବିଧିର ଏ ସବୁ ବର୍ଣ୍ଣୋତ୍ସବ ବିଧାନ,

ଲଘୁଚାପ ହେଉ ଅବା ଧାରା ଶ୍ରାବଣ,

ଶୁଷ୍କ ଭୂମି ଆଜି ସୁଗନ୍ଧ ସିକ୍ତନ,

କ୍ଳାନ୍ତ ଶ୍ରାନ୍ତ ଯେବେ ହୁଏ ଜୀବନ,

ସମାଜ ପାଳନକରେ ଏପରି ଦିନ,

ଗ୍ରୀଷ୍ମ ଝାଞ୍ଜିରେ , ବର୍ଷାର ଝଡରେ ,  

ହେମନ୍ତର ଶୀତରେ,

ବ୍ୟଥିତ କରେ ସକଳ ଜୀବନ,

ସମସ୍ତ ମତାନ୍ତର ମନାନ୍ତର 

ଭୁଲିବା ଲାଗି ସମାଜର ଏ ବ୍ୟବସ୍ଥିତ ଦିନ,

ଆତ୍ମ ଚିନ୍ତନ, ଆତ୍ମ ମନ୍ଥନର ଦିନ,

ଗତସ୍ୟ ସୋଚନା ନାସ୍ତି ନ୍ୟାୟରେ,

 ନୂତନ ସୂର୍ଯ୍ୟ ଉଦୟରେ,

ନୂଆ ସକାଳରେ,

ନୂଆ ସଂକଳ୍ପ ନେବାରେ 

ସୁଯୋଗ ହେଉଛି ପତିତପାବନଙ୍କର,

ଭୁଲିବା ଏକ ଉତ୍ତମ ଆଶୀର୍ବାଦ 

ପ୍ରଭୁ ପରମେଶ୍ୱରଙ୍କର,

ଆସନ୍ତୁ ଭୁଲିଯିବା, ଗାଇବା ଗୀତ 

ମଣିଷ ପଣିଆର ।

ମୃତ୍ୟୁ ଏଠି ଚିର ସହଚର 

ଦୌଡୁଥାଏ ପ୍ରତି ମୁହୂର୍ତ୍ତରେ 

 ଛାୟା ହୋଇ କାୟା ପଛର,

ମୃତ୍ୟୁ ପରେ କି ହିସାବ ଦେବ ବିଚାର କର,

ଛାଡି ଜାନ୍ତବ ପ୍ରକୃତି 

ବେଳହୁଁ ବନ୍ଧ, ବାନ୍ଧରେ କୁମାର।

ଅସହିଷ୍ଣୁତା ବଡ ଶତ୍ରୁ ମାନବର,

 ତା ଠୁ ଜନ୍ମିଥାଏ ଈର୍ଷା ଅହଂକାର,

ଆତ୍ମାକୁ ପବିତ୍ର କର , 

ଛାଡ ଚିନ୍ତା ଏ ସ୍ଥୂଳ ଶରୀରର,

ଆରାଧନା ଲାଗି ପତ୍ର ଫୁଲ ଫଳ ନୁହେଁ ନିହାତି ଦରକାର,

ସ୍ୱର୍ଗୀୟ ଗୁଣ ଧରି ଆସ ସଜାଇବା ହୃଦମନ୍ଦିର,

ଏ ସତ୍ତା ଏ ଶକ୍ତି ସବୁ ହିଁ ତାଙ୍କର,

 ସବୁକିଛି ଭୁଲି ସରଳହୁଅ,

ପ୍ରଭୁଙ୍କ ପାଦପଙ୍କଜେ ନିଜକୁ ସମର୍ପି ଦିଅ,

ଲାଗିବ ଗୋଟାପଣେ ଆପଣାର ।

ବିବେକଅନୁମୋଦିତ କର୍ମ ହିଁ ଧର୍ମ,

ଏହା ହିଁ ବିଚାରକର , 

ସବୁ ବିସ୍ମରୀଦେଇ , ଆତ୍ମାକୁ ଆଲିଙ୍ଗନ କର,

ମାନବବାଦର ପ୍ରଚାର କର,

ମନକୁ ଆସିଲା ପ୍ରଭୁ , ଲେଖିଦେଲା ଏ ପାମର , 

କ୍ଷମା କରିବ, ଭୁଲ ଥିଲେ

ଏ ମୂଢ, ଦୀନହୀନ ଅକିଞ୍ଚନର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational