STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ହେ ମଣିମା

ହେ ମଣିମା

1 min
385


ମଣିମା ମଣିମା ଡାକ ଶୁଭେ ଶ୍ରୀମନ୍ଦିରେ

ଭକ୍ତ ଗଣ ଚାହିଁ ରହିଛନ୍ତି ସିଂହ ଦ୍ୱାରେ

ମଣିମା ଡାକରେ ଉଠ ହେ ପହୁଡ଼ ଭାଙ୍ଗି

ଗୁହାରି ଶୁଭୁଛି ହେବାକୁ ଚନ୍ଦନ ଲାଗି


ମଣିମା ଶୁଣିମା ହେଉ ଏ ଅଧମ ଡାକ

କେମିତି ଡାକିବି ପ୍ରଭୁ ସହଜେ ମୂରୁଖ

ଜାଣିନାହିଁ ଯନ୍ତ୍ର ମନ୍ତ୍ର ପୁରାଣ ଓ ଶାସ୍ତ୍ର

ଜଞ୍ଜାଳ ଭିତରେ ବୁଡ଼ି ଭାସୁଅଛି ମାତ୍ର


ଜାଣିନାହିଁ ବ୍ରହ୍ମଜ୍ଞାନ ଓ ବ୍ରହ୍ମଙ୍କ ରୂପ

ଜାଣିବାକୁ ଦିଅ ଜ୍ଞାନ, ପ୍ରଭୁଙ୍କ ସ୍ବରୂପ

ଲୋଭ,ମୋହ ଓ ମାୟା ଜାଲ ଦ୍ୱାରା ବ୍ୟଥିତ

ବିଷୟା ରସରେ ମନ ପ୍ରାଣ ବି ଚିନ୍ତିତ


ଦାନ ଧର୍ମ ତୀର୍ଥ ଯାତ୍ରା କିଛି ବି କରିନି

ପ୍ରତିଦିନ ତୋ' ମନ୍ଦିର ବେଢ଼ାରେ ବୁଲିନି

ଦେଖିବାକୁ ଇଚ୍ଛା ହୁଏ ତୋର ସେ' ଶ୍ରୀମୁଖ

ହୃଦୟରେ ଭକ୍ତି ଥିଲେ ଶୁଣୁ ପରା ଡାକ !!


ହୃଦୟରେ ଭକ୍ତି କେମିତି ଆସେ ଜାଣିନି

ଭକ୍ତିଭାବ ପାଇଁ ହାତ ଯୋଡ଼ି ମୋ' ଦଇନି 

କିଏ କହେ ମଣିମା ,ଭକ୍ତି ଭାବରେ ବନ୍ଧା

ଭାବ ନ ଜାଣିଲେ ସଂସାର ମାୟାରେ ଛନ୍ଦା


ସେ' ଭକ୍ତି ଆଉ ଭାବ ମୋର ଜାଗ୍ରତ ହେଉ

ମଣିମା ମଣିମା ନାମ ଧ୍ୟାୟି ଜୀବ ଯାଉ

ଆନ ଦରଶନ ଆଉ ନ ଲୋଡ଼େ ନୟନ

ତୁମ ଦରଶନେ ହିଁ ଧନ୍ୟ ହେଉ ଜୀବନ


ମଣିମା ଶୁଣିମା ହେଉ ଏ ଅଧମ ଡାକ

ସଂସାର ଜଞ୍ଜାଳ ମଧ୍ୟେ ଦୁଃଖ ଆଉ ଦୁଃଖ

ଲୋଡା ନାହିଁ ଆଉ ଭୌତିକ କ୍ଷଣିକ ସୁଖ

ମୁକ୍ତି ପ୍ରାପ୍ତି ଶେଷ ଇଛା ଦେଖି ତୋ' ଶ୍ରୀମୁଖ

ଏ ଭବ ସାଗରେ ପାଉନାହିଁ ଥଳକୁଳ 

ନାଉରୀ ରୂପରେ ଡାକୁଛି ହୋଇ ଆକୁଳ

ମଣିମାଙ୍କ ଡାକ ଶ୍ରୀମନ୍ଦିର ସିଂହଦ୍ଵାରେ

ଶୁଣ ହେ ମଣିମା ,ଏହି ଅଳି ଶ୍ରୀ ଛାମୁରେ


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract