Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purna chandra Rana

Romance Classics Fantasy

4.0  

Purna chandra Rana

Romance Classics Fantasy

ହେ ମେଘ

ହେ ମେଘ

1 min
305



ରେ ମେଘ

ଗରଜି ଗରଜି ବରଷିଲୁନି ତୁ

ଶୁଖିଲା ରହିଲା ମନ

ବରଷା ଛିଟାରେ ଭିଜେଇଲୁନି ତୁ

ଓଦା ହେଲାନାହିଁ ତନ

କ'ଣ କରିଛୁକି ଅଭିମାନ ?

ରେ ମେଘ

ଜାଣିଛୁ କି ତୁ ମୋ ମନରେ ତୁହି

ଭିଜା ଭିଜା ମିଠା ସ୍ବପ୍ନ

ମୋ ମନରେ ତୁ ଯେ ଶୀତଳ ଆଲୋକ

ଯେମିତି ପୂର୍ଣ୍ଣିମା ଜହ୍ନ

ତୁ କି ସୂର୍ଯ୍ଯ ଅସ୍ତ ଅପରାହ୍ଣ ?

ରେ ମେଘ

ବିସ୍ତୃତ ଦିଶଇ ଜଳଧାରା ତୋର

ଧାଇଁ ଆସୁ କେତେ ଦୂରୁ

ତୋ ମିଠା ପରଶ ପାଇବାକୁ ଟିକେ

ବାହାରି ଆସେ ମୁଁ ଘରୁ

କଣ ଏ ସମ୍ପର୍କ ସାତ ଜନ୍ମରୁ ?

ରେ ମେଘ

ପଶ୍ଚିମ ଦିଶାରେ ଅପେକ୍ଷା କରିଛି

ଲଗେଇବୁ ଟିକେ ଦାଗ

ଧିର ପବନରେ ଧିରେ ଧିରେ ଆସି

କରିନେବୁ ତୋର ସାଙ୍ଗ

ତୁ ଭୁଲିବୁନି କେବେ ଦିଗ

ରେ ମେଘ ! ରେ ମେଘ !





Rate this content
Log in

Similar oriya poem from Romance