ହେ କୃଷ୍ଣ . . ହେ କୃଷ୍ଣ . . .
ହେ କୃଷ୍ଣ . . ହେ କୃଷ୍ଣ . . .
ମୁହିଁ ଦାସ ତୋର ତୁମେ ମୋ ଠାକୁର
ଭାବ ରହିଥାଉ ଜନ୍ମଜନ୍ମର...
ଜୀବ ଥିବା ଯାଏ ତୁମ୍ଭ ନାମ ଗାଇ,
ଚାଲିଯାଉ ଏ ଜୀବନ . . .
ହେ କୃଷ୍ଣ . . . ହେ କୃଷ୍ଣ . . . ହେ କୃଷ୍ଣ, II ୧ll
ତୁମ୍ଭ ନାମ ଗାଇ ଦିନ ନେବି ବାହି
ମୁଖେ ରାଧା କୃଷ୍ଣ ନାମ ,
ତୁମ୍ଭରି ଭଜନେ ତୁମ୍ଭରି କିର୍ତ୍ତନେ
ସଦା ରହିଥାଉ ମନ ।
ଆସୁ ଯେତେ ବାଧା ଜୀବନରେ ମୋର,
ହେବି ନାହିଁ ଧୈର୍ଯ୍ୟହୀନ . . .
ଜୀବ ଥିବା ଯାଏ ତୁମ୍ଭ ନାମ ଗାଇ..
ଚାଲିଯାଉ ଏ ଜୀବନ . . . .
ହେ କୃଷ୍ଣ . . . ହେ କୃଷ୍ଣ . . . ହେ କୃଷ୍ଣ ॥୨॥
କି ପୂଣ୍ୟଫଳରେ ମାନବ ଯୋନିରେ
ଦେଇଅଛ ମୋତେ ଜନ୍
ମ,
ତୁମ୍ଭ ନାମରସେ ଯେବେ ମନରସେ
ସାର୍ଥକ ହୋଇବ ଜନ୍ମ ।
ନାମ ତୁମ୍ଭ ସୂଧା ପୀୟୁଷଠୁଁ ବଳି ..
ତୃପ୍ତ ହୁଏ ତନୁମନ. . .
ଜୀବ ଥିବା ଯାଏ ତୁମ୍ଭ ନାମଗାଇ. . .
ଚାଲିଯାଉ ଏ ଜୀବନ . . .
ହେ କୃଷ୍ଣ . . . . ହେ କୃଷ୍ଣ . . . . ହେ କୃଷ୍ଣ ॥୩॥
ମୋ ହୃଦଠାକୁର ମୋ ପ୍ରାଣ ଇଶ୍ଵର
କୃପା ନେତ୍ରେ ଚାହିଁଥିବ,
ଦୁଃଖ ଦିଅ ସାଇଁ ସୁଖ ଲୋଡା ନାହିଁ
ଏତିକି ସୁଦୟ। ହେବ ।
ମନ ପ୍ରାଣ ସବୁ ସମର୍ପି ଦେଇଛି. .
ଘେନ ହେ ଶେଷ ପ୍ରଣାମ . .
ଜୀବ ଥିବା ଯାଏ ତୁମ୍ଭ ନାମଗାଇ. .
ଚାଲିଯାଉ ଏ ଜୀବନ . . . .
ହେ କୃଷ୍ଣ . . . ହେ କୃଷ୍ଣ . . . . ହେ କୃଷ୍ଣ . . . ॥