STORYMIRROR

Narayan chandra Senapati

Fantasy

4  

Narayan chandra Senapati

Fantasy

ହେ କ୍ରୀଡା

ହେ କ୍ରୀଡା

1 min
231


ହେ କ୍ରୀଡା.....

ତୁମେ ଏକ ବିଚିତ୍ର ଅଭିନେତା

କେବେ ବାହ୍ୟ ପ୍ରାଙ୍ଗଣରେ କର ତୀକ୍ଷ୍ଣ ଅଭିନୟ ତ

କେବେ ବା ଆବଦ୍ଧ ଚାରିକାନ୍ଥ ମଧ୍ୟେ ରଚ ସ୍ଥିତ ବିଦ୍ୟାଳୟ

ତିନି ବାହିନୀର ଦକ୍ଷ ସେନାପତି ବି ତୁମେ

କେବେ ଘୋଟକ ସମ କ୍ଷୀପ୍ରତର

କେବେ ବା କଇଁଛ ସମ ମନ୍ଦ ମନ୍ଦ ଗତି

ଆଉ କେବେ ମଲା ସର୍ପ ସମ ସ୍ଥିତାଵସ୍ଥା

ସତରେ ତୁମେ ଏକ ବିସ୍ମୟକର ବିବିଧ ଉଦ୍ଦୀପନା।


ହେ କ୍ରୀଡା....

ଶିଶୁ ସାଥେ ଭାବ ବିନିମୟ କରି

ସଜାଅ ତାକୁ ଆଣ୍ଠୁଆ ଗୋପାଳ

କାହା ସହ ମିତ ବସି ସଜାଅ ସଚ୍ଚିନ ପରି ଭଗବାନ

ଝିମିଟି ଖେଳଠୁ ଧନୁର୍ବିଦ୍ୟା

ପୁଣି ସନ୍ତରଣଠୁ ଅଲିମ୍ପିକ

ସ୍ନେହ ମମତା ଓ ଆନ୍ତରିକତାର ପ୍ରୀତିପୁଷ୍ପ ଦେଇ ରଚ

ଦେଶ ଜାତିର ସ୍ୱର୍ଣ୍ଣ ଇତିହାସ

କ'ଣ ବା ନାହିଁ ତୁମ ଭଣ୍ଡାରରେ

ଖେଳ କୁଦ,ବ୍ୟାୟାମ,ଯୋଗ,ପ୍ରାଣାୟମ

ତୁମେ ପରା ସ୍ୱୟଂ ପ୍ରାଣ ସ୍ପନ୍ଦନର ଅଭିଧାନ।


ହେ କ୍ରୀଡା.....

ତୁମେ ଶରୀର,ମନ,ଆତ୍ମାର ଏକ ଆଶୁ ଚିକିତ୍ସକ

କେବେ ଆଦର୍ଶ ଗୁରୁ ହୋଇ ଶିଖାଅ ନିୟମ ଶୃଙ୍ଖଳା ତ

କେବେ ସାମ୍ୟ,ଅଭେଦ,ମୈତ୍ରୀର ସଂସ୍କାର

ତୁମେ ମହାନତା ସୃଷ୍ଟିକାରୀ ଏକ ତନ୍ତ୍ର ମନ୍ତ୍ରଯନ୍ତ୍ର ଧାରୀ ସାଧକ

ନିଷ୍ଠା ତ୍ୟାଗ ହିଁ ତୁମର ପରମ ଧର୍ମ

ଶକ୍ତ ଶ୍ରେଷ୍ଠ ଜ୍ୟେଷ୍ଠର ଏକନିଷ୍ଠ ସାଧକ ବି ତୁମେ

ବାସ୍ତବରେ ତୁମେ ଏକ ଆଦର୍ଶ ନ୍ୟାୟାଳୟ ତ

ଉଦାରଚେତା ସମଭାବାପନ୍ନ ସମ୍ବିଧାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy