STORYMIRROR

Indrabadal Mohanty

Fantasy

4  

Indrabadal Mohanty

Fantasy

ହେ କଲମ

ହେ କଲମ

1 min
459

ହେ କଲମ

ତୁ ଲେଖିଯା

ତୋ ଅଲିଭା କାଳିରେ ,

ତୁ ହାରିଗଲେ ବି

ଜିତିବାର ଭରଷା ଥାଏରେ।


ହେ କଲମ

ତୁ ଲେଖିଯାଉ

କେତେ ଯେ ଅଦେଖା ଅଶ୍ରୁ ନେଇ ସାଥିରେ,

ତୁ ସାଜିଛୁ ଭିନ୍ନ ଏକ ରାସ୍ତାର

ପଥିକ ଏ ଜୀବନରେ।


ହେ କଲମ

ହେ କଲମ ଅନେକ ଦୁଃଖର

ତୁ ଦରଦୀ ବନ୍ଧୁଟିଏ,

ମୁଁ ସୁଖର ବଗିଚାରେ

ତୁ ଏକ ଅଭିଳାଷ ପୂର୍ଣ୍ଣ ମାଳିଟିଏ।


ହେ କଲମ

ତୁ ଯେ ନୟନ ତାର

କେତେ ଯେ ସେହ୍ନ ଭରା ଆକାଶରେ,

ତୁ ହି ଲେଖିଥାଉ ହୃଦୟର ପରିଭାଷା

କେତେ ଯେ ସାଧା କାଗଜରେ।


ହେ କଲମ

ତୁ ହିଁ ଲେଖିଯାଉ କେତେ ଯେ ସଂଘର୍ଷର କାହାଣୀ

ଏ ଦୁନିଆର ଭିନ୍ନ ଭିନ୍ନ ରଂଗମଂଚରେ,

ତୁ ହିଁ କହି ଥାଉ ଅକୁହା କଥା

ଏ ଦୁନିଆକୁ ତୋରି କଲମ ମୁନରେ।


ହେ କଲମ

ତୁ ଦେଖାଇଛୁ କେତେ ଯେ

ପରାଜୟ ଓ ବିଜୟର ଗାଥା ଇତିହାସରେ,

ବିଭୋର ଆଜି ଏ

ଦୁନିଆ ତୋ ସ୍ୱାର୍ଥହୀନ ବନ୍ଧୁତ୍ୱରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy