STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ହେ କଳା ନାଉରୀ

ହେ କଳା ନାଉରୀ

1 min
327

ମାଗୁଣି ମୋହର ଘେନା କରିବ ହେ କରୁଣା ସାଗର ହରି

ତୁମରି ନାମର ଆହୁଲାରେ ଭବ ସାଗର ହେଇବି ପାରି ।


କଳା ଭଉଁରୀରେ ଭଉଁରୀ ନ ଖେଳୁ ମୋର ଏଇ ଟିକି ନାଆ

ଆଶାର ତଲେଇ ଠିଆ କରିଛି ତ ବହେ ସୁଲୁ ସୁଲୁ ବାଆ ।


ଡର ନାହିଁ କଳା ହାଣ୍ଡିଆ ମେଘକୁ କାଳିଆ ମୋହର ସାହା

ଯାର ନାମେ ଭବ ସଂସାର ଚଲାଇ କରି ଦେଇଥାନ୍ତି ଦୟା ।


ଦୟା କର ବୋଲି ତୁମେ ଦୟାବନ୍ତ ଅତ୍ଯନ୍ତ ଭରଷା କଲି

ତୁମରି ଆଶିଷ ମିଳୁଛି ବୋଲି ହେ ତୁମକୁ ସର୍ବସ୍ବ କଲି ।



Rate this content
Log in

Similar oriya poem from Classics