STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ହେ ଖିଆଲ ମୋର !

ହେ ଖିଆଲ ମୋର !

1 min
152

ହେ ଖିଆଲ ମୋର

ସ୍ଵପ୍ନ ଶତାବ୍ଦୀର,

ବାସ୍ତବତା ଲୋଡା ନାହିଁ,

ନିରାଶା ଗଳିରେ,

ବାସ୍ତବତା ସହ,

ବନ୍ଧୁତାର ପ୍ରଶ୍ନ ନାହିଁ


ଜହ୍ନ ଆସି ଦିନେ,

ପଚାରିଲା ମତେ,

ଘର ଠିକଣା ତୁମରି,

ଜହ୍ନର ଆଖିରେ 

ମେଞ୍ଚାଏ ନିରାଶା

ବସିଥିଲେ ମୁହଁ ମାରି


ଜହ୍ନର କୁଆଡେ

ଯେତେ ଝିଲିମିଲି ହସ,

ସବୁ ଚୋରିକରି,

ରଖିଅଛ ନିଜ ପାଶ


ମୁଁ କହିଲି ଜହ୍ନ

ଖୋଜିଲେ ପାଇବ ତାକୁ,

ଯେଉଁଠି ରୂପ-ଝରଣା,

ସବୁଦିନ ସେଠି ରାଜା ନିଶି,

ତହିଁ ସ୍ଵପ୍ନ ହୁଏ 

ବାଟବଣା


ଖୋଜି ଖୋଜି ଦିନେ

ପହଞ୍ଚିଲେ ଫୁଲ

ସମସ୍ତେ ମୁହଁ ଶୁଖାଇ,

ତୁମେ କଣ ତାଙ୍କ

ସୁଗନ୍ଧ ମାନଙ୍କୁ

ନେଇ ଆସିଛ

ଚୋରାଇ


ମୁଁ ଭାବିଲି ଏ କି କଥା

ଏ'ତ ଚୋର-କଟୁଆଳ ଗାଥା,

ସୁଗନ୍ଧ ମାନଙ୍କୁ 

ପଚାରିଲେ,ବଳେ

ଜଣାଯିବ ସତକଥା


ଦିନେ ବଗିଚାର ଫୁଲ,

ଚମ୍ପା,ମଲ୍ଲୀ,ହେନା,

ତଡାଗର ଶତଦଳ,

କଲେ ଆସି ଅଭିଯୋଗ,

ତୁମ ଅଙ୍ଗର ଅପାଙ୍ଗ,

ବନ୍ଦୀକରିଛନ୍ତି,

କାଳେ ସେମାନଙ୍କ ରଙ୍ଗ


ମୁଁ କହିଲି ମତେ

କରନା ବିଚାର ପତି,

ମୁଁ କିଛି କହିଲେ,

କହିବ ମୁଁ ପକ୍ଷପାତୀ


ଏ'ଅଭିଯୋଗ ତ

ରହିଅଛି ସବୁବେଳେ,

ବୁଝିପାରେନା ମୁଁ,

ଚିରନ୍ତନ ତୁମେ,

ବିମୁଗ୍ଧ କିପରି,

ଏତେ ରୂପ,ରସ ମେଳେ


ହେ ଖିଆଲ ମୋର

ସ୍ଵପ୍ନ ଶତାବ୍ଦୀର,

ସ୍ରଷ୍ଟା କଳ୍ପନା ବିଳାସ,

ରହି ଥାଅ ତୁମେ 

ହୃଦେ ଚିରନ୍ତନ

ମୋ ଭାବନା,ଅବିନାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract