STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ହେ ଜଗତର ନାଥ

ହେ ଜଗତର ନାଥ

1 min
161


ଫୁଲର ଉତ୍ପତ୍ତି ହୋଇଛି ବିଶ୍ବରେ

ତହରି ପୂଜାର ପାଇଁ

ସୁଗନ୍ଧିତ କରେ ପବିତ୍ର ଧରାକୁ

ନିସ୍ବାର୍ଥ ସେବାର ପାଇଁ।୧।

ଧର୍ମ ଦେଇଅଛ କର୍ମ ଦେଇଅଛ

ଜଗତ କଲ୍ୟାଣ ପାଇଁ

ଜୀବନ ଦେଇଛ ଶକ୍ତି ଭି ଦେଇଛ

ପ୍ରାଣିଙ୍କ ଉଧାର ପାଇଁ।୨।

ଜ୍ଞାନ ଭି ଦେଇଛ ଅଜ୍ଞାନ ଦେଇଛ

ଜ୍ଞାନ ପଥେ ଯିବା ପାଇଁ

ଅଜ୍ଞାନର ପଥ ନ ମିଳୁ ଜୀବନେ

ନରକ ଭଗିବା ପାଇଁ।୩।

ପାପ ଭି ଦେଇଛ ପୁର୍ଣ୍ୟ ଭି ଦେଇଛ

ପୁର୍ଣ୍ୟ ପଥେ ଯିବା ପାଇଁ

ଭକ୍ତି ଭି ଦେଇଛ ଦୟା ଭି ଦେଇଛ

ସତ୍ୟ ପଥେ ଯିବା ପାଇଁ।୪।

ଶକ୍ତି ଦିଅ ପ୍ରଭୁ ଜୀବନେ ମୋହର

ଶ୍ରୀ ଚରଣେ ଯିବା ପାଇଁ

ଭକ୍ତି ଶକ୍ତି ମତେ ପ୍ରଦାନ କର ହେ

ଚରଣ ପୂଜିବା ପାଇଁ।୫।

ଫୁଲର ଉତ୍ପତ୍ତି ହୋଇଛି ବିଶ୍ବରେ

ତହରି ପୂଜାର ପାଇଁ

ସୁଗନ୍ଧିତ କରେ ପବିତ୍ର ଧରାକୁ

ନିସ୍ବାର୍ଥ ସେବାର ପାଇଁ।୬।



Rate this content
Log in

Similar oriya poem from Inspirational