ହେ ଜଗତନାଥ
ହେ ଜଗତନାଥ
ବେଦ ପୁରାଣରେ ଭକ୍ତଙ୍କ ମୁଖରେ
ଜଣେ ମାତ୍ର ଅଛି ନାଥ
କରି କରାଉଛି ତାରୁଛି ମାରୁଛି
ସ୍ଵୟଂ ସେହି ଜଗନ୍ନାଥ
ଭକ୍ତ ଡାକୁ ଅଛି ଅନାଥର ନାଥ
ଦୀନ ଜନ ଦୀନବନ୍ଧୁ
ଭକ୍ତି ଭାବ ପ୍ରତି ପ୍ରିୟ ଭାବଗ୍ରାହୀ
ଭକ୍ତଙ୍କର ଭକ୍ତ-ବନ୍ଧୁ
ସାରା ଜଗତରେ ନାଥ ଯଦି ଜଣେ
କିମ୍ପା ଭିନ୍ନ ଭିନ୍ନ ରୂପ
ଯଦି ଅଣାକାର ନାହିଁ ତା ଆକାର
କାହୁଁ ଆସିଛି ସ୍ବରୂପ
କିଏ ବା ଦେଖିଛି ବେନି ନୟନରେ
ଭିନ୍ନ ଭିନ୍ନ ରୂପ ଚିତ୍ର
ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ରୂପ
ପୁଣି ଚିତ୍ର ଓ ବିଚିତ୍ର
ଜଗତ ନାଥଙ୍କ କିଭଳି ସ୍ବରୂପ
ଉଲ୍ଲେଖ ଧର୍ମ ଗ୍ରନ୍ଥରେ
ଭି
ନ୍ନ ଭିନ୍ନ ପ୍ରତି ରୂପ ଅଛି କିମ୍ପା
ଭିନ୍ନ ଭିନ୍ନ ମନ୍ଦିରରେ !
ଏକ ବ୍ରହ୍ମ ଦ୍ଵିତୀୟ ନାସ୍ତି ର ଉକ୍ତି
ବେଦ ପରା ବଖାଣିଛି
ବ୍ରହ୍ମର ଭିନ୍ନ ଭିନ୍ନ ରୂପ ସ୍ବରୂପ
କିପରି ସୃଷ୍ଟି ହୋଇଛି !
ହେ ଜଗତନାଥ,ଘେନ ପ୍ରଣିପାତ
ହୃଦେ ଭର ଦିବ୍ୟଜ୍ଞାନ
ତୁମର ମହିମା ତୁମର ଅସ୍ତିତ୍ବ
ହୃଦେ ମୋ ହେଉ ଚିନ୍ତନ
ସୀମିତ ଜ୍ଞାନର ପରିଧି ଭିତରେ
ଖୋଜୁଅଛି ମୁକ୍ତି ପଥ
ଚିନ୍ତା ଚେତନାରେ ଜ୍ଞାନ ଦିଅ ଭରି
ସୁଗମ ହେଉ ସେ ପଥ
ହେ ଜଗତନାଥ, ଜଗତର ହିତେ
ଶ୍ରୀକ୍ଷେତ୍ରରେ ଜଗନ୍ନାଥ
ଜଗତର ନାଥ ସ୍ଵୟଂ ଜଗନ୍ନାଥ
ପୂର୍ଣ୍ଣ କର ମନୋରଥ ।