STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ହେ ଜଗନ୍ନାଥ

ହେ ଜଗନ୍ନାଥ

1 min
355


ତୁମ ନାମେ କେତେ ବେପାର ବଣିଜ

ପେଟ ପୋଷିବାକୁ କେତେ ମିଛ ଗୁଜବ

ସୃଷ୍ଟି କରୁଛି ତୁମ ପ୍ରିୟ ଓଡ଼ିଆ ଜାତି

କେମିତି ସହିଛ ହେ ତୁମେ କର୍ଣ୍ଣପାତି?

ତବ ଶ୍ରୀମନ୍ଦିରୁ ଖଣ୍ଡେ ପଥର ଖସିଲେ

'ମାଳିକା' ନାମେ ଚାଲେ ଭୟର ପ୍ରସାର

ତୁମେ ଯେ ଏ ଜାତିର ଶେଷ ଆଶ୍ରୟ

ତମେ କି ସତେ ରଚିବ ମହା ପ୍ରଳୟ?

ତୁମ ନାମ ବିକି ବିକି ନଗର ପଲ୍ଲୀରେ

ଅନେକ ରଟନ୍ତି ମିଥ୍ୟା ପ୍ରହେଳିକା

ବିଭ୍ରାନ୍ତ ହୁଅନ୍ତି ଆବାଳ ବୃଦ୍ଧ ବନିତା

ରକ୍ଷକ ଯଦି ସାଜିବ ଭକ୍ଷକ

କାହାକୁ ଭରସା କରିବା ଏକା?

ତୁମ ଚରଣାଶ୍ରିତ ଶ୍ରଦ୍ଧାଳୁ ଭକ୍ତର ଆବେଗ

ସହ ଅନେକ ଅସାଧୁ ବ୍ୟାପାରୀ ଖେଳନ୍ତି ଖେଳ

'ଅବଢ଼ା' ଠାରୁ 'ତୁଳସୀମାଳି', 'ନିର୍ମାଲ୍ୟ' ଯାଏଁ

ସବୁଥିରେ ଭାବଭକ୍ତି କମ୍ ବ୍ୟବସାୟ ଜୋର୍

ଭକ୍ତକୁ ତୁମ୍ଭର ଲୁଟନ୍ତି ମୁନାଫାଖୋର!

ତୁମ ଦରବାରେ ଆର୍ତ୍ତ ଦର୍ଶନାର୍ଥି

ହୁଏ କେତେ ହନ୍ତସନ୍ତ ତଳିତଳାନ୍ତ

ତାଳୁରୁ ତଳିପା ଯାଏ ତାର ହୁଅଇ ଲୁଟ

ପ୍ରତିବାଦେ ତବ ସେବକ ଦିଅନ୍ତି ଅଶ୍ରାବ୍ଯ ଗାଳି

କରନ୍ତି ଲହୁଲୁହାଣ ମୁଥ ମାରି!

ଆହେ ମହାବିଷ୍ଣୁ!

ସବୁ ଜାଣି ତୁମେ ଯଦି ହେବ ନିଦାବିଷ୍ଣୁ

କାହା ଆଗେ ଆମ୍ଭେ ଗୁହାରି କରିବା

ଏ ଲଜ୍ଜା କଥା କାହାକୁ ଅବା କହିବା?

ନୈତିକ ଅବକ୍ଷୟ ଲାଗି କାହାକୁ ନିନ୍ଦିବା

କାହାକୁ କରିବା ଦୋଷାରୋପ?

ଜାତିର କଳଙ୍କ ହେବା ଅପେକ୍ଷା,

ବାଇଶି ପାହାଚେ ଆପଣା ମଥା ପିଟିବା!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics