STORYMIRROR

Sasmita Choudhury

Abstract

3  

Sasmita Choudhury

Abstract

ହେ ଈଶ୍ବର!

ହେ ଈଶ୍ବର!

1 min
326

ମୃଣ୍ମୟୀ ମୂର୍ତ୍ତି ମୁଁ 

ପ୍ରଭୁ ତୁମେ ମୋର 

ଅନ୍ତେ ପ୍ରାଣ ପ୍ରକରଣ, 

ଶବ୍ଦ ବିନ୍ୟାସେ ମୋ 

ଅନୁଭବେ ପ୍ରଭୁ 

ସଦା ତୁମ ଉତ୍ତରଣ


ସାଗର, ସମୀର 

ସରିତର ସ୍ରୋତ 

ଅବା ମରୁ ସୈକତ, 

ସର୍ବତ୍ର ଦେଖେ ମୁଁ 

ପ୍ରାଣ ସଞ୍ଜିବନୀ 

ପରମାତ୍ମା ସର୍ବବ୍ୟାପ୍ତ


ପତ୍ରେ ପତିତ 

ଶିଶିର ବିନ୍ଦୁ ମୁଁ 

ପ୍ରଭୁ କୃପା ସୂର୍ଯ୍ୟାଲୋକ, 

ବିମ୍ବିତ ମୋ' ଠାରେ 

ସେ କରୁଣାମୟ

ସେ ଅଣିମା, ମୁଁ ଅଳୀକ


ସବୁ ତ ତୁମର 

କି ଅଛି ବା ମୋର 

ଏ ଜୀବନ ତୁମ ଦାନ, 

ରିକ୍ତ ହସ୍ତରେ ଆସିଥିଲି ପ୍ରଭୁ! 

ଜୀବନ ପାତ୍ରେ ମୋ 

ଭରିଛ ତୁମରି ପ୍ରେମ


କ୍ଷିତି, ଅପ୍, ତେଜ - 

ମରୁତ, ବ୍ଯୋମରେ 

ଗଢା ଏ ନଶ୍ବର ଦେହ, 

ବ୍ରହ୍ମ ସ୍ବରୂପ 

ତୁମେ ପରାତ୍ପର! 

ଆଉ ବାକି ସବୁ ମୋହ


ଭଙ୍ଗା ଚଉରାର 

ସଞ୍ଜ-ବତୀ ମୁଁ 

ଭରସାର କ୍ଷୀଣ ରେଖା, 

ଭାସିଯାଏ କେବେ 

ଭବ ସିନ୍ଧୁ ଜଳେ 

ଭେଳା ସାଜି ଏକା ଏକା


ଭଉଁରୀରେ ଯେବେ 

ହୁଏ ନିପତିତ 

ଭାବେ ଭାବଗ୍ରାହୀ ହରି, 

ଭାବକୁ ନିକଟ, ଭାବରେ ସେ ପୁଷ୍ଟ 

ଭସ୍ମ କରନ୍ତି ମୋ 

ଅହଂକାର ଶବ୍ଦାବଳୀ


ଆତ୍ମା ଓ ପରମାତ୍ମା ଙ୍କ 

ସଂଯୋଗ 

ସୂକ୍ଷ୍ମ ଅନୁଭବଟିଏ, 

ଅନୁଭବୀ ସିନା

ବୁଝେ ଏହି ତତ୍ତ୍ବ 

ତର୍କ ରୁ ଦୂର ସିଏ


ଏଇ ମନ କେବେ 

ମୀରା ହୋଇଯାଏ 

କେବେ ହୁଏ ଦେବଦାସୀ, 

ପୂର୍ଣ୍ଣ ସମର୍ପଣେ 

ତୃପ୍ତ ଏ ପ୍ରାଣ 

ଏ ମନ ମଥୁରା କାଶୀ


ମନ ବୃନ୍ଦାବନ 

ଦେବକୀ ନନ୍ଦନ, 

ସଖ୍ଯ, ଦାସ୍ଯ ଭକ୍ତି ମୋର, 

ଦୃଢତାର ନୁହେଁ 

ମୁଢତା ପଣରେ... ମୁଁ ଶ୍ରୀବତ୍ସ ବ୍ରାହ୍ମଣ 

ପ୍ରତିକ୍ରିୟା ଦୁନିର୍ବାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract