STORYMIRROR

Satyabati Swain

Inspirational

3  

Satyabati Swain

Inspirational

ହେ ବୁଦ୍ଧ !

ହେ ବୁଦ୍ଧ !

1 min
346

ହେ ବୁଦ୍ଧ !କାମନାର ବିନାଶରେ ଦୁଃଖର ବିନାଶ

ଯଦି ତୁମ ଅଷ୍ଟ ମାର୍ଗ ଆଚରନ୍ତା ମଣିଷ

ଦୁଷ୍କର୍ମ, ଅମାନବୀୟପଣ ହେଇଯାନ୍ତା ଶେଷ

ପୃଥିବୀରେ ଖେଳିଯାନ୍ତା ନିର୍ଭୟର ହସ।।

ଲୋଭରୁ ମୋହ ମୋହରୁ ହୁଏ ସ୍ମୃତିଭ୍ରଂଶ

ମୃତ୍ୟୁରେ ହୋଇଯାଏ ସବୁ ଦୌଡାର ଶେଷ

ପଛେ ରହିଯାଏ ଯାବତୀୟ ପାର୍ଥିବ ଶୋଷ

"ହେ ବୁଦ୍ଧ '!!ତୁମରି ଚେତନା କି ଆଣିବ ବିକାଶ??

ଏଠି ବୁଲୁଛନ୍ତି ଖାଲି ଭାଲୁ ଆଉ ବାଘ ମୁହାଁ ବେଶ

ଝାମ୍ପିପଡି ଚାଟିବାକୁ ଖାଇବାକୁ କଅଁଳ ମାଉଁସ

ସମ୍ପର୍କେ ସମାଜେ ଆଜି ଆମ ବଢିଯାଏ କ୍ଳେଶ 

ହେ ବୁଦ୍ଧ!!ଆସନ୍ତନି ଆଉ ଥରେ ରୋକିବାକୁ ଧ୍ୱଂସ??

ତୁମରି ଚେତନା ଅନ୍ଧକାର ଦୂର କରନ୍ତା ଅବଶ୍ୟ

ଅମୃତ ପାଲଟି ଯାଆନ୍ତା ମଣିଷ ମନ ତଳ ବିଷ

ଚଉଦିଗେ ଖେଳିଯାନ୍ତା ମାନବୀୟ ମହମହ ବାସ

ହେ ବୁଦ୍ଧ !ମର୍ତ୍ତ୍ୟରେ ବୁଣି ହୋଇଯାନ୍ତା ସ୍ୱର୍ଗ ସୁଖ ସୋରିଷ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational