STORYMIRROR

Pranati Mahapatra

Abstract

3  

Pranati Mahapatra

Abstract

ହେ ବିଶ୍ଵବିହାରି

ହେ ବିଶ୍ଵବିହାରି

1 min
229

ହେ ବିଶ୍ଵବିହାରି ଖୋଲା ଆକାଶ ତଳେ ଏ ଧରଣୀ କୋଳେ ମୁକ୍ତବାୟୁ ପୁଣି ସ୍ଵଛନ୍ଦରେ, ନାହିଁ ମନୁଷ୍ୟର ତାଡ଼ନା ଅବା ଭୟଭୀତି ବିଚରଣେ ଏବେ ନିଶ୍ଚିନ୍ତରେ।


ଜନମରୁ ଗର୍ତ୍ତ ଗୁମ୍ଫା ବସା ବୃକ୍ଷ କୋଟରରେ ପ୍ରତିକ୍ଷଣ ଭୟେ କାଟୁ କାଳ, ନାହିଁ ଭୟ ମଣିଷର ଖୁସି ଆନନ୍ଦରେ ଆଜି ପରିବାର ସଙ୍ଗେ ଯାଏ ବେଳ।


ନିର୍ଜନ, ନିସ୍ତବ୍ଧ, ନାହିଁ କୋଳାହଳ ନାହିଁ ଗାଡ଼ି ମଟର କଳକାରଖାନା ଧୂଆଁ, ରାସ୍ତା ଘାଟ ମନ୍ଦିର ସମୁଦ୍ର ବେଳାଭୂମି ଗାଆଁ ଗଣ୍ଡା ଲାଗେ ଖାଁ ଖାଁ।


ମଣିଷର ଔଦ୍ଧତ୍ୟର ସୀମା ଅବଶ୍ୟ କରିଛି ଆଜି ସେ ଲଙ୍ଘନ, ତଥାପି ଲାଗୁନି ସୁଖ ଲାଗେ ଦୁଃଖ ଦେଖି ଏସମୟେ ହାହାକାର ପ୍ରାଣ।


ମୁକ୍ତିର ଆନନ୍ଦ ସିନା ଅନୁଭବ କରୁଅଛୁ ଆମେ ପଶୁ ପକ୍ଷୀ କୀଟ, ବିଶ୍ଵ ଆଜି ତ୍ରାହି ତ୍ରାହି ଶୂନଶାନ ସ୍ଵଛ ଦିଶେ ସବୁ ରାସ୍ତା ଘାଟ।


ତଥାପି ଏ ମଣିଷ ଲାଗି ବିଭୁପାଦେ କରୁ ଆମେ କୋଟିଏ ଗୁହାରି, ହେ ବିଶ୍ଵକରତା କରୋନାକୁ ହରି ବିଞ୍ଚିଦିଏ ଏ ଧରାରେ ଶାନ୍ତିର ବାରି। ହେ ବିଶ୍ଵବିହାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract