ହେ ବିଚାରପତି
ହେ ବିଚାରପତି
ଭଲ ଲାଗେ ମୋତେ ସତ୍ୟ କହିବାକୁ ନୁହେଁ ବିଚଳିତ କେବେ
ନ୍ୟାୟ ପକ୍ଷେ ସଦା ଠିଆ ହୋଇ ରୁହେ
ନ୍ୟାୟର ବିଚାର ତେବେ ।।
ବନ୍ଧୁ ଓ କୁଟୁମ୍ବ ହୋଇଲେ କି ହେବ ଦୋଷୀ ପରା ଅଟେ ଦୋଷୀ
ସମର୍ଥନ ନ କରି କଲେ ତୁ ଦଣ୍ଡିତ
କହିବେ ତୋତେ ସାହାସୀ ।।
ବିଜ୍ଞ ଜନ ଶୁଣ ମନେ ରଖି ଜ୍ଞାନ ହୁଅ ଠିଆ ନ୍ୟାୟ ପକ୍ଷେ
ଅବା ହେଉ ପର ହେଉ ବା ନିଜର
ବିଚାରହେ ସତ୍ୟସାକ୍ଷେ ।।
କରହେ ବିଚାର ଧର୍ମର ବିଚାର ଦୋଷୀ ହିଁ ଦଣ୍ଡ ପାଇବ
ଅମୃତ କାଳରେ ବିଭୁ କାର୍ଯ୍ୟ କଲେ
ବିଶ୍ବାସ ରାଷ୍ଟ୍ରେ ବଢ଼ିବ ।।
