ହେ ଭୋଳା ସରକାର
ହେ ଭୋଳା ସରକାର
ନେତାଙ୍କ ରାଲିରେ
ଲକ୍ଷ,ଲକ୍ଷ ଜନ
ତମ କ୍ଷେତ୍ର ପ୍ରଭୁ
ଆଜି ସୁନୁସାନ
ଏକି କି ନିୟମ
ଲାଗୁହେଲା ଆଜି
ଭକ୍ତି ଆରାଧନା
ଗଲା ସବୁ ହଜି .....
ଇତିହାସ ହୋଇ
ରହିଲା ହେ ପ୍ରଭୁ
ବେଳୁ ବେଳ କ୍ଷୟ
ହେଉଅଛି ସବୁ
କାହିଁକି ନିଷ୍ଠୁର
ଆହେ ଭୋଳା ନାଥ
ତମରି ସୃଷ୍ଟିରେ
ଏ ସାରା ଜଗତ ....
ନାମ ସଂକୀର୍ତ୍ତନ
ହେଉଅଛି ମନା
ମନ୍ତ୍ରୀ ଙ୍କ ପ୍ରଚାରେ
ଉଡୁଅଛି ବାନା
ଘରୁ କାଳେ ଗଲେ
ହେବ ଯେ କରୋନା
ସେଥି ପାଇଁ ପ୍ରଭୁ
କରୁଅଛ ମନା.......
ଏପଟେ ଖେଳୁଛ
ଏମିତି କା ଖେଳ
ଆଇନି କାନୁନୁ
କରୁଛ ଦୁର୍ବଳ
ସହି ହେଉ ନାହିଁ
ଏହି ସବୁ ଦେଖି
ତମ ଲୟ ଆଜି
ଯାଇ ଅଛି ସୁଖୀ.........
ହେ ଭୋଳାଶଙ୍କର
ଶୁଣୁ ଏହି କର୍ଣ
ତମ ମହାଦୀପ
ଦେଖୁ ଏ ନୟନ
ଏ ଭକ୍ତ କରୁଛି
ଏତିକି ମିନତି
ସଭିଙ୍କ ମୁଖରେ
ଭରି ଦିଅ ଶାନ୍ତି.....