ହେ ଭଗବାନ
ହେ ଭଗବାନ
କେଜାଣି କେମିତି କେମିତି ଲାଗେ ଆଜି
ମନେ ହୁଏ ତୁମେ ଏକା ଅପୂର୍ବ ଫୁଆରା
ଭାବେ ପଚାରି ବସିବି ତୁମକୁ
ନିର୍ଦ୍ଵନ୍ଦ ମନ ଆକାଶରେ
ଅବିଶ୍ରାନ୍ତ ନୟନରେ
ସୁଖିଯାଇଥିବା ଲୁହ ସବୁ
ବୋଧ ଶାନ୍ତି ପାଇଯିବ
ତୁମର ଉତ୍ତରରେ,
ତୁମେ କିନ୍ତୁ ନୀରବ ନିଶ୍ଚଳ
ଯେତେ ପଚାରିଲେ କଣ ହେବ?
ତୁମେ ତ ନିରୁତ୍ତର ,
ଶୁଣିଥିଲି ତୁମେ ଭାବବିନୋଦିଆ ବୋଲି
ହେଲେ ତୁମେ ତ କିଛି ବି ଶୁଣିପାରୁନ
ଶୁଣିଲେ ତ କିଛି କହିବ
ମନରେ ଆଶଙ୍କା
ତୁମେ କଣ ସତରେ ଶୁଣିପାରୁନ!
ନା ମୋର ଭୁଲ୍ ଅଛି
ତୁମକୁ ଡାକିବାରେ
ଜୀବନ ବହିର ଫର୍ଦ୍ଦ ସବୁ ଓଲୋଟେଇ ଦେଖିଛି
ପ୍ରତିଟି ଯନ୍ତ୍ରଣାରେ ଜର୍ଜରିତ ହେଲାବେଳେ
ତୁମେ ଆସିନ
ନା ମୋର ପ୍ରତିଟି ସୁଖରେ
ତୁମକୁ ପାଇବାକୁ ଯେ ମୁଁ ବ୍ୟାକୁଳ
ପ୍ରତି ମୁହୂର୍ତ୍ତରେ
ତୁମକୁ ଆସିବାକୁ ହେବ
ତୁମର କରୁଣାତାରେ ଅବା
ମୋର ଭୁଲ୍ ବଶତଃ ଡାକିବାରେ ।।