STORYMIRROR

Abhaya Kumar Sarap

Classics Inspirational Others

3  

Abhaya Kumar Sarap

Classics Inspirational Others

ଯାହାର୍ ମନ୍ ଉଡ଼େ ଯେତେ ଦୂର୍

ଯାହାର୍ ମନ୍ ଉଡ଼େ ଯେତେ ଦୂର୍

1 min
207

କାହାର୍ ମନ୍ ଚାହେଁ ବୁଲି ଆଏତିଁ ଘେ

   ମହାପୁରୁର୍ ଚାରି ଧାମ୍,

ଉସ୍ତାର୍ କରି ଇ ଫୁକଟ୍ ଜୀବନ୍ ନୁଁ

   ଧରି ତାକର୍ ନାମ୍ ।।

କାହାର୍ ମନ୍ ଚାହେଁ ମାଁ ଵୁଆର୍ ପାଦେଁ

   ଲିଖି ନେତିଁ ଇ ଜୀବନ୍,

ଦୁଃଖ୍ ଦରଦ୍ ସବୁ ଦୂରେଇ ରହେତା

   ଡରିଯାଏତା ବି ମରନ୍ ।।

କାହାର୍ ମନ୍ ଚାହେଁ ଦେଶର୍ ଲାଗିଁ ତ

   ଜୁଗି ଯାଏତିଁ ସୀମା ଗାର୍,

ଭାଏ ବହେନ୍ ମୋର୍ ଦେଶର୍ ଲୁକର୍

   ଉଠାତିଁ ସୁରକ୍ଷା ଭାର୍ ।।

କିଏ ଚାହେଁ ମୁଇଁ କଲମ୍ ଧରି କରି

  ଦୁନିଆଁ କେ ଦେଖାତିଁ ବାଟ୍

ଲେଖାର୍ ଦମେଁ ବଂକା ଟେଢ଼ା ମନ୍ କେ

   ଘାଏକେ କର୍'ତିଁ ଛାଟ୍ ।।

କାହାର୍ ମନ୍ ଚାହେଁ ପଏସା କମେଇ

  ଠାଟେ ଦେଖାମି ରୁବାବ୍,

ନିଜର୍ ପର୍ କିଛି ନାଇଁ ମାନି କରି

   ସବୁଥିଁ କର୍'ମିଁ ହିସାବ୍ ।।

କାହାର୍ ମନେଁ ଭରିଛେ କଁଲ୍ ଭାବ୍

   ସମ୍"କୁଁ କରୁଛେ ପ୍ରେମ୍,

ରସ୍ ଗୁଳା ଲେଖେଁ ମଧୁର୍ ଆଏ ମନ୍ 

  ହସିଁ ମଜାକର୍ ଲେନ୍ ଦେନ୍ ।।

କିଏ ଚାହେଁସି ସରଗ୍ ରାଇଜର୍ ସୁଖ୍

  ଥୁଇ ହଉ ମୋର୍ ପାଦେଁ,

ଟଙ୍କେ ଚେର୍ ଅନାର୍ କମାନି ନାଇଁ

 ନାଁ ଉଡୁ ଧନୀ ଲୁକର୍ ଗଦେଁ ।।

କାହାର୍ ମନ୍ ଚାଲେ ବରାବର୍ ତ

   କାହାର୍ ମନ୍ ଭୁର୍ ଭୁର୍,

ସବୁ ମୁନୁସର୍ ଠୀକାନା ନାଇଁ ନ ଗା

 ଯାହାର୍ ମନ୍ ଉଡ଼େ ଯେତେ ଦୂର୍ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics