STORYMIRROR

Abhaya Kumar Sarap

Classics Inspirational Others

4  

Abhaya Kumar Sarap

Classics Inspirational Others

ହେ କବି! ଆସ ତ ଆଉ ଥରେ (ଗଙ୍ଗାଧର ମେହେର)

ହେ କବି! ଆସ ତ ଆଉ ଥରେ (ଗଙ୍ଗାଧର ମେହେର)

1 min
45

ସୁଇନ୍ ପଡ଼ିଛେ ଏଜ୍ ମନର୍ ଖୁଏଲ୍

 ତୁମର୍ ପଦ୍ କେ ମନ୍ ଝୁରେ, 

ସୁଖା ଫୁଲ୍ ଭି ଫେର୍ ଘାଏ ଫୁଟି ଯିବା

 ହେ କବି! ଆସ ତ ଆଉ ଥରେ ।।

ଜନମ୍ ନେଇ ତମେ ବର୍'ପାଲି ଗାଁ ନ 

  ସାରା ଜଗତେଁ କରିଛ ରାଜ୍, 

ମଧୁର୍ ମଧୁର୍ କେତେ କବିତା ଲେଖି 

  ବନ୍'ଲ ଧର୍'ତୀ ମାଁର୍ ତାଜ୍ ।। 

ଗଂଗାଧର୍ ଯେନ୍'ତା ନାଁ ଟା ତୁମର୍ 

  ଗଂଗା ଲେଖେଁ ତ ସଫା ମନ୍, 

କଲମ୍ ଧରି ତମେ ବାଟ୍ ଦେଖାଲ 

  ସଭେ କଲେ ତମ୍'କୁ ପସନ୍ ।। 

ଛିନା ଛିନା ଲାଗୁଛେ ଇ ଦୁନିଆ ହୋ

 ନିଜର୍ ଗରବ୍ କେ ହରେଇ, 

ତମ୍'କୁ ହେତେଇ କରି ସବୁ କବିତା 

  କାନ୍ଦୁଥିବେ ଆଁଖଲ୍ ଝରେଇ ।। 

 ସେ ରସ୍ ଭାବ୍ ଆଉ ନାଇଁ ମିଲୁଛେ

 ତମେ ଯେଭ୍'ନୁଁ ଗଲ ଛାଡ଼ି, 

ଫେର୍ ଥରେ ଘାଏ ଫିରି ଆସ ବୋଲି

 ମାଏଟ୍ କାନ୍ଦେ ରଡ଼ି ରଡ଼ି ।। 


ଅଭୟ କୁମାର ସରାପ

ଯୋଖିପାଲି,ବିଜେପୁର,ବରଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics