STORYMIRROR

Abhaya Kumar Sarap

Romance Inspirational Others

3  

Abhaya Kumar Sarap

Romance Inspirational Others

ପ୍ରେମ ଭଗବାନ ନା ଅପମାନ

ପ୍ରେମ ଭଗବାନ ନା ଅପମାନ

1 min
18

ଭାବନାର ଶୀର୍ଷେ କରେ ଅବସାନ

   ତାକୁ ବା କିଏ ନ ଜାଣେ,

ହୃଦୟ ମନ୍ଦିରେ ଜାଗାଟିଏ ତାର

   ସଭିଙ୍କ ମନକୁ ଜିଣେ ।। 

କିଏ ବା ଦେଖିଛି ଆକାର ତାହାରି

   ନିରାକାର ସେ ଅନନ୍ତ,

ପାରିବି କି ରଖି ମସି ର ମୁନରେ

   ଅସି ଠାରୁ ବଳବନ୍ତ ।। 

ଥାଇ କୋଟି କ୍ଳେଶ ସୁମରିଲେ ତାକୁ

   କ୍ଳେଶ ଯାଏ ଦୁରାନ୍ତର, 

ଚିତ୍ତେ କରେ ବାସ ଭଗବାନ ପରି 

   ନାହିଁ ତାର ପଟାନ୍ତର ।। 

ଗଗନ ପବନ ମୃଦୁ ମୟ ହୋଇ 

    ଚୁମ୍ବନ କରନ୍ତି ହୃଦେ, 

ଲଜ୍ଜାର ସାଗର ପରିଚ୍ଛେଦ ସାଜେ

   ପରିହାସ ହୋଇ ନିନ୍ଦେ ।। 

କିଛି ତ କରୁଣା ଥିବ ତାର ବୋଲି

   ଦଇବ ଦେଲେ ଆଶ୍ରୟ,

କାହିଁକି କେଜାଣି ସମାଜ ବିରୋଧ

   କରେ ତାକୁ ସଦା ପ୍ରାୟ ।।

ସ୍ବଚ୍ଛ ପବିତ୍ର ସେ ଅଙ୍ଗ ଲୋଭୀ ନୁହେଁ

    ନିଷ୍ଠାପୂର୍ଣ୍ଣ ଅଭିମାନ, 

ସତେ ଏ ଜଗତେ ଭଗବାନ ତୁଲ୍ଯ

   ନା ପ୍ରେମଟା ଅପମାନ ?? 

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance