STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ହେ ଭାରତ ମାତା

ହେ ଭାରତ ମାତା

1 min
302

ଗାଇକି ପାଇବି ଗୁଣ ତୋହର

        ଆହେ ମୋ ଭାରତ ମାତା

ତୋ ପୂଣ୍ୟ ଭୂମିରେ ଜନ୍ମ ଦେଲେ

         ମୋତେ ସେଇ ବିଧାତା

ଗଙ୍ଗା ଠାରୁ ଗୋଦାବରି ତୁହି ବ୍ୟାପିଲୁ

         କେତେ ନଦୀ ପର୍ବତ ତୋ ବକ୍ଷରେ ରଖିଲୁ

ତୋ ଅଭୟ ମୁଦ୍ରା ରେ ରହି ହସ୍ତ ପ୍ରସାରି

          ଯାଚି ଦେଇ ଗଲୁ ବର

 କେତେ ବୀର ସନ୍ତାନକୁ ଯୁଦ୍ଧେ

          କରି ଥିଲୁ ଯେ ଅଗ୍ରସର          

ତୋହରି ମାଟିରେ ପ୍ରଭୁ ନେଲେ

         ରାମ କୃଷ୍ଣ ରୂପେ ଅବତାର

 ତୋ ପୁଣ୍ୟ ଭୂମି ରେ ଗଙ୍ଗା ଯମୁନା

        ବହିଲେ ଦିବା ନିଶି ନିରନ୍ତର

ଭିଜା ଭିଜା ଲାଗେ ତୋହରି ମାଟି

         ତୋ ସନ୍ତାନ ଗାଇଲେ ତୋହରି ଗୀତି

ବିଶ୍ୱରେ ପ୍ରସିଦ୍ଧ ତୋହର ପାବନ ମାଟି

        ଚାରି ତୀର୍ଥ ଶୋଭା ପାଏ ଯେଉଁଠି

ପିନ୍ଧି ଅଛୁ ମାତା ତୁହି ତିନି ରଙ୍ଗର

          ଶାଢ଼ୀ କୁ ତୋ ଦେହରେ

ଶ୍ୱେତ ନାରଙ୍ଗି ସବୁଜ ଭାରି ସୁନ୍ଦର

         ଶାନ୍ତି ମୈତ୍ରୀ ପ୍ରଗତି ବାର୍ତ୍ତା କହେରେ

ତୋହରି ବାହନ ସିଂହ ବଳିୟାର ଭାରି 

        କୁହେ ସଞ୍ଜମତା ରଖ ଇନ୍ଦ୍ରିୟକୁ ଧରି

ତୁହି ଜନନୀ ଜନ୍ମଭୁମି କିଏ ତୋ ପରି

         ଜୀବନ କରିବୁ ଅର୍ପଣ ତୋ ପଥ ଅନୁସରି ।


Rate this content
Log in

Similar oriya poem from Inspirational