ହେ ଭାରତ ମାତା
ହେ ଭାରତ ମାତା
ଗାଇକି ପାଇବି ଗୁଣ ତୋହର
ଆହେ ମୋ ଭାରତ ମାତା
ତୋ ପୂଣ୍ୟ ଭୂମିରେ ଜନ୍ମ ଦେଲେ
ମୋତେ ସେଇ ବିଧାତା
ଗଙ୍ଗା ଠାରୁ ଗୋଦାବରି ତୁହି ବ୍ୟାପିଲୁ
କେତେ ନଦୀ ପର୍ବତ ତୋ ବକ୍ଷରେ ରଖିଲୁ
ତୋ ଅଭୟ ମୁଦ୍ରା ରେ ରହି ହସ୍ତ ପ୍ରସାରି
ଯାଚି ଦେଇ ଗଲୁ ବର
କେତେ ବୀର ସନ୍ତାନକୁ ଯୁଦ୍ଧେ
କରି ଥିଲୁ ଯେ ଅଗ୍ରସର
ତୋହରି ମାଟିରେ ପ୍ରଭୁ ନେଲେ
ରାମ କୃଷ୍ଣ ରୂପେ ଅବତାର
ତୋ ପୁଣ୍ୟ ଭୂମି ରେ ଗଙ୍ଗା ଯମୁନା
ବହିଲେ ଦିବା ନିଶି ନିରନ୍ତର
ଭିଜା ଭିଜା ଲାଗେ ତୋହରି ମାଟି
ତୋ ସନ୍ତାନ ଗାଇଲେ ତୋହରି ଗୀତି
ବିଶ୍ୱରେ ପ୍ରସିଦ୍ଧ ତୋହର ପାବନ ମାଟି
ଚାରି ତୀର୍ଥ ଶୋଭା ପାଏ ଯେଉଁଠି
ପିନ୍ଧି ଅଛୁ ମାତା ତୁହି ତିନି ରଙ୍ଗର
ଶାଢ଼ୀ କୁ ତୋ ଦେହରେ
ଶ୍ୱେତ ନାରଙ୍ଗି ସବୁଜ ଭାରି ସୁନ୍ଦର
ଶାନ୍ତି ମୈତ୍ରୀ ପ୍ରଗତି ବାର୍ତ୍ତା କହେରେ
ତୋହରି ବାହନ ସିଂହ ବଳିୟାର ଭାରି
କୁହେ ସଞ୍ଜମତା ରଖ ଇନ୍ଦ୍ରିୟକୁ ଧରି
ତୁହି ଜନନୀ ଜନ୍ମଭୁମି କିଏ ତୋ ପରି
ଜୀବନ କରିବୁ ଅର୍ପଣ ତୋ ପଥ ଅନୁସରି ।