STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ହେ ବାବୁ ଦୁର୍ଯ୍ୟୋଧନ

ହେ ବାବୁ ଦୁର୍ଯ୍ୟୋଧନ

1 min
341


ତୁମ ସ୍ମୃତି ତୁମ ଅନୁଭୂତି

ତୁମର ଯେଉଁ ପ୍ରଗାଢ ଜ୍ଞାନ

ମରି କରି ଅମର ତୁମେ

ହେ ବାବୁ ଦୁର୍ଯ୍ୟୋଧନ ।


ତୁମ କର୍ମମୟ ଜୀବନ

ତୁମ ସଂସ୍କାର ସଂସ୍କୃତି

ରଖିବ ଚିରକାଳ

ତୁମକୁ କରି ମହାନ

ହେ ବାବୁ ଦୁର୍ଯ୍ୟୋଧନ ।


ତୁମ ନୀତି ତୁମ ଆଦର୍ଶ

ଝୁରୁଛି ଝୁରୁଥିବ ସର୍ବଦା

ଏ ଜାତି ଏ ଦେଶ

ତୁମେ ପରା ଅଟ ମାଟି ମଣିଷ

ମାଟି ମଣିଷଙ୍କ ପାଇଁ

ବାରମ୍ବାର କରେ ତବ ହୃଦ ରୋଦନ

ତୁମେ ଶାନ୍ତି ମୈତ୍ରୀ

ଏକତାର ପ୍ରତୀକ

ତୁମେ ଦୀନ ଦରିଦ୍ରଙ୍କର ନାରାୟଣ

ହେ ବାବୁ ଦୁର୍ଯ୍ୟୋଧନ ।


ଚିନ୍ତା ଚେତନାରୁ ଉର୍ଦ୍ଧ୍ବରେ ରହି

ସମାଜ ସେବାକୁ

ଜୀବନର ବ୍ରତ ବୋଲି କହି

ଅହରହ ଏ ସମାଜକୁ ଦେଇଛ

ନାନା ଆଶା ଆକାଂକ୍ଷାର ଦିଗଦର୍ଶନ

ତୁମେ ମହାନ ତୁମେ ମହାନ

ତ୍ୟାଗର ପୂଜାରୀ ତୁମେ

ସମାଜ ସଂସ୍କାରର ବାର୍ତ୍ତାବହ ତୁମେ

ମାର୍କସବାଦର ନିଷ୍ଠାପର ଭକ୍ତ ଜାଣ

ନୀତି ନୈତିକତା ଆଦର୍ଶର ପୁଞ୍ଜିଭୂତ

ପୁଞ୍ଜିବାଦୀ ଶାସନ ବ୍ୟବସ୍ଥାର

ବିରୋଧୀ କ୍ୟକ୍ତିତ୍ଵ ପୁଣ

ତୁମେ ମହାନ ତୁମେ ମହାନ

ହେ ବାବୁ ଦୁର୍ଯ୍ୟୋଧନ ।


ସମାଜବାଦ ସାମ୍ୟବାଦର

ଅଟ ତୁମେ କର୍ଣ୍ଣଧାର

ପ୍ରାଣଧନ ଅଟ

ଖଟିଖିଆ ମଜୁରିଆର

ଚାହୁଁଥିଲ ତୁମେ

ସବୁ ସର୍ବହରାଙ୍କର ଏକତ୍ରିକରଣ

ବାମପନ୍ଥୀ ବିଚାରକୁ କରିଥିଲ

ତୁମେ ତୁମ ଜୀବନର ବ୍ରତ ଜାଣ

ହେ ମହା ମହିମ ତୁମ ମୃତ୍ୟୁରେ

ସବୁ ବାମପନ୍ଥୀ ଏବେ ମ୍ରିୟମାଣ

ସୁଖ ସ୍ଵାଛନ୍ଦ୍ୟକୁ ଜଳାଞ୍ଜଳି ଦେଇ

ତ୍ୟାଗପୂତ ଜୀବନର ଦେଲ ପ୍ରମାଣ

ସମତା ମମତାର ପ୍ରତିମୂର୍ତ୍ତି ତୁମେ

ତୁମ ନୀତି ଆଦର୍ଶର ଦେଲ ନିଦର୍ଶନ

ତୁମ ପଦାଙ୍କକୁ

ସବୁ ବାମପନ୍ଥୀ କରିବେ ଅନୁସରଣ

ଆଜି ନ ହେଲେ ବି କାଲି ସମସ୍ତ

ବାମପନ୍ଥୀ ବିଚାରର ବ୍ୟକ୍ତି ବିଶେଷଙ୍କ

ହେବ ମହାମିଳନ

ପୂରଣ କରିବେ ତୁମ ଶେଷ ଇଛା

ତୁମରି ଆଶା ଆକାଂକ୍ଷାର ସପନ

ତୁମେ ମହାନ ତୁମେ ମହାନ

ହେ ବାବୁ ଦୁର୍ଯ୍ୟୋଧନ ।


ଏ ମାଟି ଏ ଜାତି

ଚିରକାଳ ପାଇଁ କରୁଛି କରୁଥିବ

ତୁମକୁ ଚିରକାଳ ପାଇଁ ନମନ

ଏକାଦଶାହ ଦିବସେ

ସବୁ ବାମପନ୍ଥୀ କରୁଛନ୍ତି

ତୁମ ପାଇଁ ତିଳତର୍ପଣ

ମରି କରି ବି ଅମର ତୁମେ

ହେ ବାବୁ ଦୁର୍ଯ୍ୟୋଧନ ।

କୃଷକର ସାଥୀ ତୁମେ

ଶ୍ରମିକର ସାଥୀ

ଦୀନ ହୀନ ଦରିଦ୍ର ଙ୍କର

ଗତି ଶକ୍ତି ମୁକ୍ତି

ଲକ୍ଷ୍ୟ ତବ ଥିଲା

ଶ୍ରେଣୀ ହୀନ ସମାଜ ଗଠନ

ପୁଞ୍ଜିବାଦର ବିରୋଧୀ ତୁମେ

ସମାଜବାଦର କର ଗୁଣ ଗାନ

ତୁମେ ମହାନ ତୁମେ ମହାନ

ହେ ବାବୁ ଦୁର୍ଯ୍ୟୋଧନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract