STORYMIRROR

Ajayakumar Mohanty

Classics

3  

Ajayakumar Mohanty

Classics

ହେ ଅନ୍ତର୍ଯ୍ୟାମୀ

ହେ ଅନ୍ତର୍ଯ୍ୟାମୀ

1 min
43

ହୃଦୟର ଭାଷାକୁ ମୁଁ କେମିତି କହିବି

କବିତାରେ ଲେଖିବି କି ଗୀତରେ ମୁଁ ଗାଇବି।

ତମକୁ ଅଜଣା କଣ ମୋ ମନର କଥା

ମୁହଁ ଖୋଲି କହିବାକୁ ଲାଗେ ଭାରି ବ୍ୟଥା।

ତୁମେପରା ଅନ୍ତର୍ଯ୍ୟାମୀ ମୋ ଜୀବନ ସ୍ଵାମୀ

ସତେ କଣ ତୁମ ଭାବ ଯାଇଛି ମୋ କମି।

ଏ ଜୀବନେ ଯେତେ ସବୁ ଭୁଲ ଅଛି ମୋର

ସେସବୁର ସାକ୍ଷୀ ତୁମେ ହେ ହୃଦୟେଶ୍ୱର।

ଅନ୍ତିମ ବେଳାରେ କିଛି ମାଗୁ ନାହିଁ ମୁହିଁ

ପାରିବତ କ୍ଷମାକର ବାରେ କୃପାବହି।

ଅଜୟ କୁମାର ମହାନ୍ତି, ହରିପୁର, କବୀର ପୁର, ଯାଜପୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics