STORYMIRROR

Manaswini Dash

Tragedy

3  

Manaswini Dash

Tragedy

ହାରିଥିବା ମଣିଷ

ହାରିଥିବା ମଣିଷ

1 min
342

ଆଖି ଆଜି କ୍ଲାନ୍ତ ସ୍ୱପ୍ନକୁ ଝୁରି ଝୁରି 

ପ୍ରତୀକ୍ଷାବି ଆଜି ବୀତସ୍ପୃହ ହାରି ହାରି 

କେତେଯେ ଧର୍ଯ୍ୟ ଆଖିରେ ବୋଳିଛି ଜାଣେନି 

କେତେଯେ ଆଶ୍ୱାସନା ଢାଳିଛି କହିହେବନି 

ସବୁବେଳେ ଈଶ୍ୱରଙ୍କ ଚମତ୍କାରିତା ଏବଂ ବାସ୍ତବତା ଭିତରେ ଲଢ଼ି ଲଢ଼ି ମୁଁ ଆଜି ହାରିଯାଇଛି 

ଶେଷରେ ଭାବିନେଇଛି ହାରିଯିବା ହିଁ ନିଶ୍ଚିତ 

ଆଉ ଆଗକୁ ପ୍ରତିଦ୍ବନ୍ଦିତା କରିବାର ସାହସ ନାହିଁ 

ବସ୍ତୁବାଦୀ ଦୁନିଆ ସହ ଲଢ଼ିପାରିବିନି 

ଏବେ ଆଧ୍ୟତ୍ମିକତା ହିଁ ବଞ୍ଚିବାର ଭରସା 

ଈଶ୍ୱର ହିଁ ବଞ୍ଚିବାର ଆଧାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy