Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Anjana Naik,Deogarh

Crime

4.0  

Anjana Naik,Deogarh

Crime

ହାଏ ତମେ ଏ କି କଲ

ହାଏ ତମେ ଏ କି କଲ

1 min
176


ଶୀତ ସକାଳର କଅଁଳ ଖରାର 

ତାତିରେ ବସି ମୁଁ ଗାଉଥିଲି ଗୀତଟିଏ 

ସପନ ରାଇଜେ ତମସାଥେ ମିଶି 

ଗଢ଼ୁଥିଲି ବାଲିରେ ଘରଟିଏ

ନ ଶୁଣିଲ ନାଇଁ ନବୁଝିଲ ନାଇଁ

ଝାଞ୍ଜି ପବନରେ ଝଡ଼ି ବତାସରେ

ତାକୁ ତୁମେ କିଆଁ ଧୋଇଦେଲ

ହାଏ ତମେ ଏ କି କଲ 

ମୋ ପ୍ରୀତି ପ୍ରତିଶୃତି କୁ 

ପ୍ରତାରଣା କରିଦେଲ

ଧାରା ଶ୍ରାବଣ ମୋ ଆଖିରେ ଭରି

ତିଳତିଳ କୁହୁଳେଇ  

କେବେ ଜଳାଇ କେବେ ଭିଜାଇ

କଳା କିଟିମିଟି ରାତିରେ ଚେତାଇ

ତମ ମିଠା ଚାହାଣିର ଛୁରୀରେ 

ମୋ ବିଶ୍ବାସକୁ କିଆଁ କାଟିଦେଲ 

ହାଏ ତମେ ଏ କି କଲ  ।


Rate this content
Log in