ଗୁରୁପୂର୍ଣ୍ଣିମା ବନ୍ଦନା
ଗୁରୁପୂର୍ଣ୍ଣିମା ବନ୍ଦନା
ପିତା ମାତା ମୋର ଆଦ୍ୟ ଗୁରୁ, ବିଦ୍ୟା ପାଇଁ
ପାଇଥିଲି ମଧ୍ୟ ବହୁ ଶିକ୍ଷା ଗୁରୁ
ତାଙ୍କରି ଦୟାରେ ଅଜ୍ଞାନ ହଟିଲା, ସମାଜରେ
ମୋର ପରିଚୟ ତାଙ୍କଠାରୁ ।
ଜ୍ଞାନର ଆଲୋକ ପ୍ରଦାନ କରିଣ ମୋର
ଅଜ୍ଞାନ ଅନ୍ଧକାରକୁ କଲେ ନାଶ
ସେ ମୋ ପାଇଁ ବ୍ରହ୍ମା, ବିଷ୍ଣୁ, ଶିବ, ଏହା
ଆମ ସଂସ୍କୃତିରୁ ପାଇଛି ସନ୍ଦେଶ ।
ଋଷି ଅବଧୂତ ଜ୍ଞାନ ଆହରଣ ପାଇଁ କହନ୍ତି
କରିଥିଲେ ଚବିଶ ଗୁରୁ ଗ୍ରହଣ
ଶାସ୍ତ୍ରରୁ ଜାଣିଛି ଗୁରୁଙ୍କ ଅଭିଶାପେ କର୍ଣ୍ଣ
ବୀର ଯୁଦ୍ଧରେ ହାରିଥିଲେ ପ୍ରାଣ ।
ଗୁରୁ ଆଶୀର୍ବାଦରେ ମହାମୁନି ଶୁକ ପରା
ପାଇ ପାରି ଥିଲେ ଦିବ୍ଯଜ୍ଞାନ
ଯୁଗ ଯୁଗ ଧରି ଗୁରୁବୃନ୍ଦ ହକଦାର ସଦା
ପାଇବାକୁ ପୂଜା ଓ ପାଦ ତଳେ ଧ୍ଯାନ ।
ଶାସ୍ତ୍ରରୁ ମୁଁ ଶିଖିଛି ଗୁରୁ ଓ ଗୋବିନ୍ଦ ଦୁହେଁ
ସମସ୍ତର, ଜଣେ ଅଦୃଶ୍ୟ, ଗୁରୁ ବିଦ୍ୟମାନ
ସେହି ଗୁରୁବୃନ୍ଦଙ୍କୁ କରିଲେ ଭକତି, ଗୁରୁଙ୍କ
ସନ୍ତୁଷ୍ଟିରେ ହୁଅନ୍ତି ଗୋବିନ୍ଦ ପରା ପ୍ରସନ୍ନ ।
ଆଷାଢ ମାସର ଅନ୍ତିମ ଦିବସେ ଜନମ ନେଲେ
ବ୍ୟାସଦେବ, ତେଣୁ ସେ ଦିନ ଗୁରୁପୂର୍ଣ୍ଣିମା
ଗୁରୁବୃନ୍ଦ ଆମ ଚଳନ୍ତି ଠାକୁର, ଆଶୀର୍ବାଦ ନେଇ
କର୍ମକ୍ଷେତ୍ରେ ଗଲେ ଭୟ ରହେନାହିଁ ଜମା ।
ସେମାନେ ବୁଦ୍ଧି ଜ୍ଞାନ ଦେଇ ଶୂନ୍ୟତାକୁ ଦୂର କରି
ଛନ୍ତି ମୋ ଜୀବନାକାଶରେ
ଆଜଦିନେ ପ୍ରଣାମ କରୁଛି ମୋର ସମସ୍ତ ଶ୍ରୀ ଗୁରୁ
ମାନଙ୍କର ପାଦପଦ୍ମରେ ।
