ଗୁରୁଙ୍କୁ ନିନ୍ଦନା କେହି
ଗୁରୁଙ୍କୁ ନିନ୍ଦନା କେହି


ପିତା ମାତା ସିନା ଦେଇଥାନ୍ତି ଜନ୍ମ,
ଗୁରୁ ତ ଦିଅନ୍ତି ଶିକ୍ଷା ।
ଜୀବନ ସାର୍ଥକ କରିବାକୁ ହେଲେ,
ଆବଶ୍ୟକ ଗୁରୁଦୀକ୍ଷା ।।
ଗୁରୁଙ୍କ ଆଶିଷେ ଅନ୍ଧ ଲଭେ ଚକ୍ଷୁ,
ବାଚାଳ ହୁଅଇ ମୁକ ।
ଗୁରୁଙ୍କର ଶକ୍ତି ଜାଣିବାକୁ ହେଲେ,
ଏକଲବ୍ୟ ଆଡେ ଦେଖ ।।
ବଧିର କର୍ଣ୍ଣରେ ଗୁଞ୍ଜରଇ ଶବ୍ଦ,
ଗୁରୁଙ୍କର କୃପା ଥିଲେ ।
ଛୋଟା ବି ଛଢଇ ପର୍ବତ ଶିଖରେ,
ଗୁରୁ ସାନ୍ନିଧ୍ୟ ଲଭିଲେ ।।
ମୂର୍ଖ କାଳିଦାସ ଦସ୍ୟୁ ରତ୍ନାକର,
ଗୁରୁଙ୍କର କୂପା ବଳେ ।
ମହାଜ୍ଞାନୀ ହୋଇ ରଚିଲେ ସୁନାମ,
ସବୁଦିନ ମହିତଳେ ।।
ଶ୍ରେଷ୍ଠ ଧନୁର୍ଦ୍ଧର ହୋଇଲେ ଅର୍ଜୁନ,
ଭୀମ ହେଲେ ଗଦାଧାରୀ ।
ଲବ କୁଶ ଦିନେ ରାମଙ୍କୁ ଜିତିଲେ,
ଗୁରୁଙ୍କ ପାଦ ଆଦରି ।।
ଗୁରୁ ନିନ୍ଦା କରି ଦୁର୍ଯ୍ୟୋଧନ ପରା,
ଲଭିଥିଲା ପରାଜୟ ।
ଗୁରୁ ଅଭିଶାପେ ଭଷ୍ମାସୁର ଦିନେ,
ଅଗ୍ନିରେ ହେଲା ବିଲୟ ।।
ଜୀବନରେ ଆମେ ହୋଇବା ସଫଳ,
ଗୁରୁକୃପା ଥିଲେ ରହି ।
ଗୁରୁ ହିଁ ଆମର ମାର୍ଗଦର୍ଶକ,
ଗୁରୁଙ୍କୁ ନିନ୍ଦନା କେହି ।।