STORYMIRROR

Shreeman Anshuman Priyadarshee

Abstract Inspirational Others

4  

Shreeman Anshuman Priyadarshee

Abstract Inspirational Others

ଗୁରୁଙ୍କ ପାଇଁ ପଦେ

ଗୁରୁଙ୍କ ପାଇଁ ପଦେ

1 min
333

ତୁମ୍ଭ ପରି ଗୁରୁ ଜୀବନେ ପାଇକି

ମନେ ମୁଁ ନିଜକୁ ଧନ୍ୟ,

ଗଲା ଜନମରେ କରିଥିଲି ବୋଧେ

ଅତ୍ୟନ୍ତ ମହା ପୂଣ୍ୟ ।


ସବୁରି ମଧ୍ୟେ ପ୍ରିୟ ଗୁରୁ ତୁମ୍ଭେ

ସନ୍ଦେହ ଟୋପାଏ ନାହିଁ,

ତୁମରି ହସ୍ତ ମସ୍ତକେ ଥିଲେ ମୋ

କୋଉଠି ହାରିବି ନାହିଁ।


ବେଳ ଅବେଳରେ ମାନସ ପଟରେ

ଭାସି ଯାଏ ତୁମ୍ଭ ଛବି,

ଇଂରାଜୀ ତୁମେ ଏପରି ପଢ଼ାଅ 

ଥରକରେ ହୁଏ ବୁଝି।


ପାଠ ପଢ଼ିବାକୁ ଇଛା ନ ହୋଇଲେ

ବାହାନା କାଢ଼େ ମୁଁ କେତେ,

ପାଠ ପଢ଼ା ଛାଡ଼ି ଗପ କହିବାକୁ

ବାଧ୍ୟ କରେ ମୁଁ ସତେ।


ଗପରେ ଗପରେ କେତେ କଣ ସବୁ

ଶିଖେଇ ଦେଇଛ ତୁମେ,

ତୁମରି କଥାରେ ବାଟ ଚାଲୁଥିଲେ

କାନ୍ଦିବୁନି କେବେ ଆମେ।


ପୂଜୁ ଥିବି ଗୁରୁ ନୀତି ହେ ତୁମକୁ

ଥିବା ଯାଏଁ ପ୍ରାଣ ବାୟୁ,

ଆଶୀର୍ବାଦ ତବ ଥିବା ଯାଏଁ ପାଖେ 

ବଢ଼ୁ ଥିବ ମୋର ଆୟୁ।


ତୁମରି ପାଇଁକି ସେନେହ ସରଧା 

ନୁହଁଇ ଦିନକ ପାଇଁ,

କାରଣ ତୁମରି ପରିକା ଗୁରୁଟିଏ 

ଜଗତେ ମିଳୁଛି କାଇଁ।


ପ୍ରତି ଜନମରେ ହେବି ତୁମ ଛାତ୍ର 

ଦିଅ ମୋତେ ଏହି ବର,

ଭୁଲ କରି ଥିଲେ କ୍ଷମା କରିଦେବ 

ଯୋଡ଼ୁଛି ମୋ ନିଜ କର।


ଏତିକି ଲେଖିକି ସାରି ମୁଁ ଦେଉଛି

ଶବଦ ପାଉନି ଖୋଜି,

ମନର ଭାବନା ଲେଖିଲେ ଏମିତି

ଅନ୍ତ ହେବନି ଆଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract