Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajshree Satapathy

Inspirational Others

3  

Rajshree Satapathy

Inspirational Others

ଗୁରୁଙ୍କ ପାଇଁ ପଦେ

ଗୁରୁଙ୍କ ପାଇଁ ପଦେ

1 min
283


ହେ! ଗୁରୁ ତୁମେ ମଙ୍ଗଳମୟ

        ତୁମ ବିନା ଗତି ନାହିଁ,

ଜଣାଏ ପ୍ରଣତି ହୃଦ କନ୍ଦର ରୁ

        ପୟରେ ମଥା ନୁଆଁଇ । ...୧

         

ଅଜ୍ଞାନ ଅନ୍ଧାରୁ ମୁକ୍ତି ଦେଇ ତୁମେ

        ଜ୍ଞାନାଲୋକ ଭରି ଦିଅ,

ରଙ୍ଗହୀନ ଜଣେ ଶିଷ୍ୟ ଜୀବନ ରେ

         ରଙ୍ଗପୂର୍ଣ୍ଣ କରିଦିଅ ।  ...୨

         

ପିତା ମାତା ପରା ପ୍ରଥମ ଗୁରୁ ଯେ

         ସିଲଟ ଧରା ଶିଖାନ୍ତି,

ବିଦ୍ୟାଳୟେ ଗୁରୁ ଖାତା କଲମରେ

         ସାରା ଦୁନିଆ ଦେଖାଇଥାନ୍ତି । ...୩


ପିତା ମାତାଙ୍କର ଦ୍ୱିତୀୟ ରୂପ ସେ

         ଆଦରେ ନିଅନ୍ତି ଯତ୍ନ,

ବଡ଼ ହେବାପାଇଁ ଉପଦେଶ ସଂଗେ

        ପ୍ରସାରନ୍ତି ବିଦ୍ୟାରତ୍ନ ।  ...୪


ନିଜ ସୁଖ ଦୁଃଖ ପଛରେ ପକାଇ

        ଶିଷ୍ୟ ପାଇଁ ଆଗଭର,

ଜ୍ଞାନ ମଶାଲରେ ବିଶ୍ଵକୁ କରନ୍ତି

        ଆଲୋକିତ ନିରନ୍ତର ।  …୫


ଯେତେ ସବୁ ଅଛି ପଦ ଓ ପଦବୀ

        'ଗୁରୁ' ପଦବୀ ଠୁ ଛାର,

ପ୍ରାଚୀନ ଯୁଗରୁ ରହିଅଛି ପ୍ରଥା

         ଗୁରୁୁ, ଶିଷ୍ୟ ସମ୍ପର୍କର ।  ...୬


ଯେତେ ଲେଖିଲେ ବି ଅଳପ ଲାଗୁଛି

         ମନ ଜମା ମାନୁନାହିଁ,

ଏହି କିଛି ଧାଡି ସଜାଡି ଦେଇଛି 

         ଗୁରୁଙ୍କ ସମ୍ମାନ ପାଇଁ । ...୭



Rate this content
Log in