STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

2  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଗୁରୁଙ୍କ ମଧ୍ୟରେ ଶ୍ରେଷ୍ଠ

ଗୁରୁଙ୍କ ମଧ୍ୟରେ ଶ୍ରେଷ୍ଠ

1 min
153


ଦଶ ମାସ ଦଶ ଦିନ ଗର୍ଭରେ ରଖିଲା, ସୁରକ୍ଷା କବଚ ପରି,

ଉଦରରୁ କାଢି ଭୂମିଷ୍ଠ କରିଲା, ଯମ ଯନ୍ତ୍ରଣାକୁ ନ ଡରି।

କଅଁଳ ହାତକୁ ସିଲଟ ଖଡ଼ିରେ, ଧରି ଶିଖାଇଲା ପାଠ,

 ,ସେହି ମା ସ୍ଥାନ ସବୁ ଠାରୁ ଉଚ୍ଚ, ଗୁରୁଙ୍କ ମଧ୍ୟରେ ଶ୍ରେଷ୍ଠ।


ଉଚିତ ବେଭାର, ଉପଯୁକ୍ତ ମାର୍ଗ, ଦେଇଥାଏ ଶିକ୍ଷାଦାନ ,

ଶୂନ୍ୟ ମସ୍ତିଷ୍କକୁ ସୁଜ୍ଞାନରେ ଭରି, କରିଥାଏ ପରିପୂର୍ଣ୍ଣ

ସ୍ନେହ ସୁଧା ବୋଳା କି ସୁନ୍ଦର ଵୋକ, ଖାଇ ପୁରିଯାଏ ପେଟ,

 ,ସେହି ମା ସ୍ଥାନ ସବୁ ଠାରୁ ଉଚ୍ଚ, ଗୁରୁଙ୍କ ମଧ୍ୟରେ ଶ୍ରେଷ୍ଠ।


ଜଞ୍ଜାଳମୟ ଏ ଜୀବନ ଯୁଦ୍ଧରେ, ପିଇ ଦିଏ ଆଖି ଲୁହ,

ବିରକ୍ତିର ବିନ୍ଦୁ ବିସର୍ଗ ନଥାଏ, ଛାତି ତଳେ ମାରେ କୋହ,

ଭଗବାନଙ୍କର ଅମୂଲ୍ୟ ରଚନା, ଜନ୍ମ ଦିଏ ସହି କଷ୍ଟ,

 ,ସେହି ମା ସ୍ଥାନ ସବୁ ଠାରୁ ଉଚ୍ଚ, ଗୁରୁଙ୍କ ମଧ୍ୟରେ ଶ୍ରେଷ୍ଠ।

 

ରାତି ଉଜାଗର ରହି କାଟିଦିଏ , ସନ୍ତାନର ହେଲେ କିଛି,

ନିଜ ପେଟକାଟି ସାଇତେ ଦରବ, ଭଲ ଭଲ ବାଛି ବାଛି,.

ସମଦୃଷ୍ଟି ଦିଏ ସବୁ ସନ୍ତାନକୁ, ଦୁଷ୍ଟ ହଉ ଅବା ଶିଷ୍ଟ,

 ,ସେହି ମା ସ୍ଥାନ ସବୁ ଠାରୁ ଉଚ୍ଚ, ଗୁରୁଙ୍କ ମଧ୍ୟରେ ଶ୍ରେଷ୍ଠ।


ସାଗରୁ ଗଭୀର, ନଭ ପରି ବ୍ୟାପ୍ତ, ତାର ପ୍ରେମ ପରାକାଷ୍ଠ,

 ,ସେହି ମା ସ୍ଥାନ ସବୁ ଠାରୁ ଉଚ୍ଚ, ଗୁରୁଙ୍କ ମଧ୍ୟରେ ଶ୍ରେଷ୍ଠ।,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational