ଗୁରୁଙ୍କ ଚରଣେ ରହୁ ଭକତି
ଗୁରୁଙ୍କ ଚରଣେ ରହୁ ଭକତି
ଗୁରୁଙ୍କ ଚରଣେ ରହୁ ଭକତି,
ପ୍ରାପ୍ତ କରୁଥିବି ଜ୍ଞାନ ଶକତି ।
ଅଜ୍ଞାନ, ଅନ୍ଧାର କରନ୍ତି ଦୂର
ଜ୍ଞାନ ପ୍ରଦାୟକ ଶ୍ରେଷ୍ଠ ଠାକୁର ।
ଗୁରୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର,
ପିତା, ମାତା, ବନ୍ଧୁ ସେ ସହୋଦର ।
ଗୁରୁ ପାଦପଦ୍ମେ ରଖିଲେ ଲୟ,
ସକଳ କାର୍ଯ୍ୟରେ ହୋଇବ ଜୟ ।
ଗୁରୁଙ୍କ ଆଦେଶେ ଆଗକୁ ଗଲେ,
ପ୍ରଗତି ଛୁଇଁବା ଯେ ସବୁବେଳେ ।
ଗୁରୁଙ୍କ ଆସନ ସର୍ବଦା ଉଚ୍ଚ,
ନାହିଁ ଆବିଳତା ସମ୍ପୂର୍ଣ୍ଣ ସ୍ୱଚ୍ଛ ।
ପ୍ରଣାମ ଘେନିବ ହେ ଗୁରୁଦେବ,
ତୁମ ଆଶୀର୍ବାଦ ମୋର ବିଭବ ।
