STORYMIRROR

Balaji Sethi

Inspirational

4  

Balaji Sethi

Inspirational

ଗୁରୁକୂଳ ଓ ଏବେର ବିଦ୍ୟାଳୟ

ଗୁରୁକୂଳ ଓ ଏବେର ବିଦ୍ୟାଳୟ

1 min
260

" ଗୁରୁକୁଳ ଓ ଏବର ବିଦ୍ୟାଳୟ "


( ରାଗ ଚୋଖୀ)


           ବାଲାଜି ସେଠୀ


ବିଦ୍ୟା ଅତୁଳ ଅନନ୍ତ ନାହିଁ ଯାର ଆଦି ଅନ୍ତ

କଳେବର ଯାର କଳି ନୁହେଁ ସମ୍ଭବ

ସାଗରୁ ସବିତା କର ଶୋଷାଡଇ ବାରି ଧାର

ଜ୍ଞାନ ପରାଚୀରେ ଗୁରୁ ପ୍ରଭା ବିଭବ

ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ

ଗୁରୁଙ୍କ ଆଶିଷେ ମିଳେ ଅକ୍ଷୟ ଯଶ ।।


ମୁନି,ମହର୍ଷି, ବ୍ରାହ୍ମଣ ବିଜ୍ଞାନୀ ଶାସ୍ତ୍ର ପ୍ରବୀଣ

ଆଶ୍ରମେ ସାଧନା ନଗ୍ର ଅନତି ଦୂରେ

ବ୍ରାହ୍ମଣ, କ୍ଷେତ୍ରୀୟ ବୀର ବାଳକ ରାଜ କୁମର

ଉପସ୍ଥ ସମୀପେ ଗୁରୁ ବିଦ୍ୟାର୍ଥୀ ଭରେ

ଗୁରୁକୁଳେ ବିଦ୍ୟାଧ୍ୟୟନ

ମଥାର ତିଳକ ମାନ୍ୟ ଗୁରୁ ବଚନ ।।


ଏକାଗ୍ର ଚିତ୍ତେ ସ୍ମରଣ ସ୍ପଷ୍ଟ କରି ଉଚ୍ଚାରଣ

ବିଦ୍ୟ କରନ୍ତି ଶିକ୍ଷଣ ଶୃଙ୍ଖଳା ରଖି

ନୀରବରେ ନିରୀକ୍ଷଣ ବ୍ୟକ୍ତିଗତ ଆଚରଣ

ଅନ୍ତର୍ନିହିତ ପ୍ରତିଭା ଗୁଣ ପରଖି

ଗୁରୁ ଦ୍ୟନ୍ତି ସ୍ୱତନ୍ତ୍ର ଶିକ୍ଷା

ସାମରଥା ନିଷ୍ପାଦନେ ଶେଷେ ପରୀକ୍ଷା ।।


ଗୁରୁ ଶିଷ୍ୟର ସମ୍ପର୍କ ପବିତ୍ର ପୁତ୍ର-ଜନକ

ଗୁରୁ ସଦା ବିରାଜନ୍ତି ଉଚ୍ଚ ଆସନ

ସନ୍ଦିପନୀ ଯେ ବଶିଷ୍ଠ ଦ୍ରୋଣ,ସୌମ୍ୟ,ରାମକୃଷ୍ଣ

ବାଲ୍ମୀକି,ଚାଣକ୍ୟ ନାମ ସଦା ଅମ୍ଳାନ

ଗୁରୁ ବିନା ବିଦ୍ୟା ଅପୂର୍ଣ୍ଣ

ଗୁରୁକୁଳେ ଶିଷ୍ୟ ଲଭେ ସ୍ୱୟଂ ସମ୍ପୂର୍ଣ୍ଣ ।।


ଅନୁକ୍ରମେ ଅବଧାନ ବାଳକେ ବିଦ୍ୟା ଅର୍ଜନ

ବାଳିକେ ହୋଇଲେ ଗୃହେ ଶିକ୍ଷା ବଂଚିତା

ସ୍ୱାଧୀନେ ଶିକ୍ଷା ବ୍ୟାପକ ଅଧିକାର ମଉଳିକ

ବାହାରି ଆସିଲେ ନାରୀ ହୋଇ ଶିକ୍ଷିତା

ଅରଜନ ଜ୍ଞାନ ବିଜ୍ଞାନ

ହୀନ୍ୟତା ଉପେକ୍ଷି କରେ ବିଶ୍ୱ ବନ୍ଦନ ।।


ଅଧୁନା ଶିକ୍ଷାର ମାନ ପୋଥି ରମ୍ୟ ଉପଧାନ

ଆଚାର ବେଭାର ହୁଏ ଉଗ୍ର ଉଦ୍ଧତ

ପିତାମାତା ଗୁରୁଜନ ପ୍ରତ୍ୟାଶାରେ ହୀନିମାନ

ଶିକ୍ଷିତ ସନ୍ତାନ ପାଶୁ ହୁଏ ତଡିତ

ଏ କି ତାର ମାନ ମହତ

ମୂଲ୍ୟବୋଧ ହୁଏ ଯହିଁ ଧରା ଲୁଣ୍ଠିତ ।।


ଏବକାର ବିଦ୍ୟାଳୟ ଦଣ୍ଡମୁକ୍ତ କ୍ରୀଡାଳୟ

ଗୁରୁ ହୋଇଲେ ଶିକ୍ଷକ ବେତନ ଭୋଗୀ

ଠିକାରେ ନିଯୁକ୍ତ ଆଗେ ବିଭାଜିତ କେତେ ବର୍ଗେ

ଅନୁଶାସନେ ରହନ୍ତି ଚାକିରୀ ଜଗି

ପ୍ରତିବଦ୍ଧ ହେଲେ ଶିକ୍ଷକ

ବିଦ୍ୟାଳୟେ ଉଦ୍ଭବିବ ମାନ ରକ୍ଷକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational