Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

1.3  

Sadananda Sahoo

Inspirational

ଗୁରୁଦେବ

ଗୁରୁଦେବ

1 min
278



ଗୁରୁ ଆଶିର୍ବାଦ  ସକଳେ ନିହିତ 

  ହେଜ ଆହେ ଶିଷ୍ୟଗଣ , 

ଜୀବନ ଯାତ୍ରାର ଗୁରୁ ସୁତ୍ରଧର  

   ଗୁରୁଙ୍କୁ  ଈଶ୍ଵର ମଣ ! !   


ଶିକ୍ଷା ଅୟାରମ୍ଭେ ଗୁରୁନାମ ଭାସେ 

   ସଂସାରର ଅନୁକୋଣେ , 

ଶିକ୍ଷାଦୀକ୍ଷା ରକ୍ଷା ଗୁରୁଙ୍କ ମହିମା 

   ଉଦ୍ଭାଷିତ  ସମର୍ପଣେ  ! ! 


ଚପଳ କୋମଳ ଶିଶୁ ହୁଏ ପୁର୍ଣ୍ଣ 

   ଗୁରୁ ଶିକ୍ଷାଲାଭ କରି , 

ବୁଦ୍ଧି ବିବେକରେ ମଥାମଣି ସାଜେ 

   ଶିକ୍ଷା ବ୍ରତ ଉପଚାରୀ ! ! 


ଗୁରୁ ବିଭାବରୀ ଆଦର୍ଶ ସଂସାରୀ 

    ସମାନତା ଉପଚାରେ , 

ସର୍ବ ଶିଷ୍ୟଗଣ  ମାନସ ସନ୍ତାନ 

   ସ୍ନେହଁପ୍ରେମ ବନ୍ଧନରେ ! ! 


ଜୀବନ ଉତ୍ସର୍ଗ ସମର୍ପଣେ ମନ 

    ଆଦର୍ଶର  ଚିରଛବି , 

ନିଜ ଦୁଃଖ ଭୁଲି କର୍ମକୁ ଆବୋରି 

   ଗୁରୁସାଜେ ସ୍ଵୟଂରବି ! ! 


ପୁରାଣେ ବର୍ଣ୍ଣିତ କହାଣୀ ପ୍ରତୀତ 

    ଗୁରୁଶିଷ୍ୟ ପରମ୍ପରା , 

ଏକଲବ୍ଯ ଶିଷ୍ୟ ଅଙ୍ଗଦାନେ ଶୀର୍ଷ 

    ଗୁରୁଙ୍କ ଦକ୍ଷିଣା ପରା ! ! 


ଆଜ୍ଞାକୁ ଅବଜ୍ଞା କରେନାହିଁ ଶିଷ୍ୟ  

    ଗୁରୁ ବାଣୀ ଶିରୋଧାର୍ଯ୍ୟ , 

ଆରୁଣୀ ଶିକ୍ଷାର୍ଥୀ ଜଳ ଅଟକାଇ 

    ସାଜିଲା ମୁହାଣେ ବନ୍ଧ ! ! 


ଗୁରୁକୁଳାଶ୍ରମ   ଇତିହାସ କ୍ରମ 

    ନିଆରା ଏ ପରମ୍ପରା , 

କେତେ ପରାକାଷ୍ଠା ଭାବପୁର୍ଣ୍ଣ ନିଷ୍ଟା

   ଗୁରୁଭକ୍ତି  ଅପାସୋରା ! ! 


ଗୁରୁ ବ୍ରହ୍ମା,ବିଷ୍ଣୁ  ଗୁରୁହିଁ ସୀତାଂଶୁ 

    ଗୁରୁଦେବ ମହେଶ୍ଵର , 

 ଗୁରୁ ପରମଂ ବ୍ରହ୍ମ ସାକ୍ଷାତ ଈଶ୍ଵର 

   କୋଟି କୋଟି ନମସ୍କାର  ! !


ସମାଜ ସଂସ୍କାରି ସତ୍ୟର ପୂଜାରୀ 

   ଶିକ୍ଷାବତୀ ଜାଳେ ଗୁରୁ  , 

ସରସ ସୁନ୍ଦର  ଗଢେସେ ସମାଜ

  ଶିଷ୍ୟ ତାର ନୁହେଁ ଭୀରୁ ! ! 



Rate this content
Log in

Similar oriya poem from Inspirational