STORYMIRROR

Tankadhar Majhi

Inspirational Others

4  

Tankadhar Majhi

Inspirational Others

ଗୁରୁ

ଗୁରୁ

1 min
224


ଗୁରୁ କେବଳ ସିଏ ନୁହେଁ

ଯିଏ ପାଠ ପଢାଇ ଗୁଜୁରାଣ ମେଣ୍ଟାଏ

ଗୁରୁ ତ ସିଏ ବି ଜଣେ

ଯିଏ ସଠିକ୍ ମାର୍ଗ ଦେଖାଇ ବଞ୍ଚିବା ଶିଖାଏ ।


ଗୁରୁ କେବଳ ସିଏ ନୁହେଁ

ଯିଏ ନିଜ ଦାୟିତ୍ବର କର୍ତ୍ତବ୍ୟ ତୁଲାଏ

ଗୁରୁ ତ ସିଏ ବି ଜଣେ

ଯିଏ କର୍ତ୍ତବ୍ୟ ବାହାରେ ସମାଜ ଗଢେ ।


ଗୁରୁ କେବଳ ସିଏ ନୁହେଁ

ଯିଏ ଅର୍ଥ ଉପାର୍ଜନ ପାଇଁ ଶିକ୍ଷା ଦିଏ

ଗୁରୁ ତ ସିଏ ବି ଜଣେ 

ଯିଏ ନିଜେ ଜଳି ଜଳି ଆଲୁଅ ଦେଖାଏ ।


ଗୁରୁ କେବଳ ସିଏ ନୁହେଁ

ଯିଏ ଶ୍ରେଣୀ ଗୃହରେ ହିଁ ଶିକ୍ଷା ଦିଏ

ଗୁରୁ ତ ସିଏ ବି ଜଣେ 

ଯିଏ ଜଟିଳ ସ୍ଥିତିରେ ରାସ୍ତା ଦେଖାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational