ଗୁରୁ
ଗୁରୁ

1 min

214
ଗୁରୁ କେବଳ ସିଏ ନୁହେଁ
ଯିଏ ପାଠ ପଢାଇ ଗୁଜୁରାଣ ମେଣ୍ଟାଏ
ଗୁରୁ ତ ସିଏ ବି ଜଣେ
ଯିଏ ସଠିକ୍ ମାର୍ଗ ଦେଖାଇ ବଞ୍ଚିବା ଶିଖାଏ ।
ଗୁରୁ କେବଳ ସିଏ ନୁହେଁ
ଯିଏ ନିଜ ଦାୟିତ୍ବର କର୍ତ୍ତବ୍ୟ ତୁଲାଏ
ଗୁରୁ ତ ସିଏ ବି ଜଣେ
ଯିଏ କର୍ତ୍ତବ୍ୟ ବାହାରେ ସମାଜ ଗଢେ ।
ଗୁରୁ କେବଳ ସିଏ ନୁହେଁ
ଯିଏ ଅର୍ଥ ଉପାର୍ଜନ ପାଇଁ ଶିକ୍ଷା ଦିଏ
ଗୁରୁ ତ ସିଏ ବି ଜଣେ
ଯିଏ ନିଜେ ଜଳି ଜଳି ଆଲୁଅ ଦେଖାଏ ।
ଗୁରୁ କେବଳ ସିଏ ନୁହେଁ
ଯିଏ ଶ୍ରେଣୀ ଗୃହରେ ହିଁ ଶିକ୍ଷା ଦିଏ
ଗୁରୁ ତ ସିଏ ବି ଜଣେ
ଯିଏ ଜଟିଳ ସ୍ଥିତିରେ ରାସ୍ତା ଦେଖାଏ ।