ଗୁରୁ
ଗୁରୁ
ଆଜି ଅଟେ ଆମ ଗୁରୁଦିବସ
ଗୁରୁଙ୍କ ପାଦରେ ରହୁ ମନାସ !
ଗୁରୁ ଶବ୍ଦ ଅଟେ ସମ୍ମାନ ଯୋଗ୍ୟ
ତାଙ୍କ ବିନା ହେଉ ସବୁ ଅଯୋଗ୍ୟ !
ଗୁରୁ ବିନା ଦେଶ ନାହିଁ ପ୍ରଗତି
ଗୁରୁ ଉପଦେଶେ ହୁଏ ସୁଗତି !
ଅନ୍ଧାରରେ ଥାଇ କିଛି ନ ଜାଣୁ
ଗୁରୁଠାରୁ ସବୁ ଆଲୋକ ଆଣୁ !
ଗୁରୁ ହେଲେ ଆମ ଜ୍ଞାନ ସାଗର
ଜ୍ଞାନ ଦେଇଥାନ୍ତି ହୋଇ ଆତୁର !
ଗୁରୁ ଜ୍ଞାନ ପାଇ ଗଢୁ ସଂସାର
ଗୁରୁ ବିନା ତରୁ ହୋଇ ଅସାର !
ଗୁରୁ ଆମ ବ୍ରହ୍ମା ଗୁରୁ ଆମ ବିଷ୍ଣୁ
ଗୁରୁଦେବ ଆମ ମହେଶ୍ୱର ଜାଣୁ !
ଗୁରୁ ପାଇଁ ହୁଏ ଜଗତ ଧନ୍ୟ
ଗୁରୁ ବୋଲାଇଲୁ ଶିଖିକି ମାନ୍ୟ !
ଗୁରୁଠାରୁ ସର୍ବ ଶିକ୍ଷାର ବାଣୀ
ମାର୍ଗ ଦର୍ଶନରେ ଉତ୍ତମ ପୁଣି !
ଗୁରୁଙ୍କ ସଂସ୍କାର ଦେଖି ଚଳିବା
ଗୁରୁ ଯୋଗୁଁ ଆମେ ଖ୍ୟାତି ଅର୍ଜିବା !