ଗୁରୁ
ଗୁରୁ
"ଗୁରୁ ବ୍ରହ୍ମା ଗୁରୁ ଵିଷ୍ଣୁ ଗୁରୁ ଦେବୋ ମହେଶ୍ୱରଃ
ଗୁରଃ ସାକ୍ଷାତ ପରଂ ବ୍ରହ୍ମ, ତସ୍ମେ ଶ୍ରୀ ଗୁରୁ ବେ ନମଃ !"
ଜ୍ଞାନର ନେତ୍ର ଖୋଲି ଦିଅନ୍ତି ଗୁରୁ
ଶୁଦ୍ଧ, ପବିତ୍ର ବିଚାରକୁ ଦେଇ !
ନିସ୍ଵାର୍ଥପର ଅଟଇ ତାଙ୍କରି ପ୍ରେମ
ମଂଗଳକାରୀ ଗୁରୁଙ୍କ ଭାବ !
ଗୁରୁ ଗୁରୁଜନ ସଭିଏଁ ଶୁଭାକାଂକ୍ଷୀ ମୋର
ପୁଣି ପବିତ୍ର ବନ୍ଧନର ଅତୁଟ ସମ୍ପର୍କ !
ଦେବଦୁତ ସମ ଆଶାତୀତ କଲ୍ୟାଣକାରୀ
ସର୍ବ ଗୁରୁ ଗୁରୁଜନ ବିଦ୍ୟମାନ ହୃଦୟେ ମୋହରି !
ଭାବି ନେଲେ ମନେ ମନେ, ହୁଏନା କିଛି ଭି ପୂରଣ
ଗୁରୁବିନା ନହୁଏ ଜ୍ଞାନର ବିକାଶ !
ଶ୍ରମ ସାଧନା ଅଧ୍ୟବସାୟ ଗୁରୁ ବିନା
କଶ୍ମିନ କାଳେ ହୁଏନା ସମ୍ଭବ !
ଅନ୍ତନିହିତ ଶକ୍ତିରେ ଲୁକ୍କାୟିତ
ଗୁରୁବିନା ନ ହୋଇବ ସମ୍ଭବ !
ଦୁବରୁ ହେବାକୁ ଦ୍ରୁମ
ଗୁରୁଙ୍କ ଥାଏ ବହୁତ ଶ୍ରମ !
ଶକ୍ତି, ପୂର୍ତ୍ତି, ଜ୍ଞାନର ଉତ୍ସ ଗୁରୁ
ଗୁରୁଙ୍କ ବିନା ନ ପାଇବ ଦିଗଦର୍ଶନ !
ଗୁରୁ ଶିଷ୍ୟ ପରମ୍ପରାର ଇତିହାସେ
ଅରୁଣି, ଏକଲବ୍ୟ ଭଳି ଶିଷ୍ୟର ଜନମ !