ଗୁରୁ
ଗୁରୁ


ହେ! ଗୁରୁ ଆପଣ ଜୀବନ୍ତ ଈଶ୍ୱର
କଥା କୁହା ଯେ ଠାକୁର l
କଞ୍ଚା ମୃତ୍ତିକାକୁ ରୂପ ଦେଲ ତାକୁ
ହସ୍ତରେ କେଡେ ସୁନ୍ଦର ll
ବିଦ୍ୟା ବୁଦ୍ଧି ଦେଲ ଅଜ୍ଞାନ ହାରିଲ
ଜ୍ଞାନ ଦୀପ ତୁମେ ଜାଳି l
ଶିକ୍ଷା ଦୀକ୍ଷା ଦେଇ ସୌନ୍ଦର୍ଯ୍ୟ କରିଲ
ହାତେ ଧରି ନିଜେ ତୂଳୀ ll
ତୁମେ ସ୍ରଷ୍ଟା ସାଜି କରିଲ ଯେ ସୃଷ୍ଟି
ପାଳିଲ ପାଳନକର୍ତ୍ତା l
ନାଶିଲ ଦୁର୍ଗୁଣ ଆଳସ୍ୟ ଅଜ୍ଞାନ
ହୋଇଣ ସଂହାର କର୍ତ୍ତା ll
ଆଦ୍ୟ ପୂଜ୍ୟ ତୁମେ ପ୍ରାତ ସ୍ମରଣୀୟ
ବନ୍ଦନୀୟ ସଦା ଗୁରୁ l
ଜୀବନେ ଯିଏ ବି ଆଗକୁ ଯାଇଛି
ଗୁରୁ ତୁମରି କୃପାରୁ ll
ଜୀବନେ ଯେତେବି ଗୁରୁ ଆସିଛନ୍ତି
ଏ ଜୀବନ ପଥେ ମୋର l
ସଭିଙ୍କୁ ମୋହର ଭୂମିଷ୍ଠ ପ୍ରଣାମ
ପୟେ କରୁଛି ଜୁହାର ll