ଗୁରୁ
ଗୁରୁ
ତୁମେ ଆଲୋକର ପଥ
ତୁମେ ଚିିରସ୍ରୋତା ତଟିନୀ
ଯାହା ପାଇଁ ଛାତ୍ର ଜୀବନ,
ସବୁୁିଜାରେ ଭରିଯାଏ।
ତୁମେ ସନାତନ ବ୍ରହ୍ମ,
ଆଶାର ଆଲୋକ
ଅନ୍ଧାର ରାତିର ପ୍ରଦୀପ
ଆକାଶ ପରି ପରିବ୍ୟାପ୍ତ
ସାଗର ପରି ଗଭୀର
ଆଉ ଅଗ୍ନି ଭଳି ତେଜଦୀପ୍ତ।
ତୁମେ କେବେ ଦ୍ରୋଣ ,
ତୁମ ଆଦର୍ଶରେ ଅନୁପ୍ରାଣିତ ହୋଇ
ଏକଲବ୍ୟ ନିଜ ବୃଦ୍ଧ ଅଙ୍ଗୁଳି ହସିହସି ,
ସମର୍ପିତ କରେ।
ତୁମେ ସନ୍ଦିପନୀ , ବଶିଷ୍ଠ , ଦ୍ରୋଣ
ତୁମେ ସୃଷ୍ଟି କର କୃଷ୍ଣ ,ରାମ , ପାଣ୍ଡବ, ଆଉ
କର୍ଣ୍ଣ ଦୁର୍ଯୋଧନ ।
ତୁମେ କେବେ ସରଳ ରେଖାଟିିିଏ
ତ କେବେ ଅସମାହିତ ପ୍ରଶ୍ନର
ଏକ ସହଜ ସମାଧାନ ।
ତୁମ ସ୍ପର୍ଶରେ ମାଟି ପିିିିଣ୍ଡୁଳା ସୁୁନ୍ଦର,
ମୂର୍ତ୍ତି ପାଲଟି ଯାଏ ।
ତୁମେ ସବୁ ଅବାଟର ପଥ ,
ମୁକ୍ତିର ମଶାଲ
ତୁମେ ମଙ୍ଗଳମୟ
ଯାହାର ସ୍ପର୍ଶରେ
ପିତ୍ତଳ ସୁବର୍ଣ୍ଣ ଭଳି ଝଲସି ଉଠେ
ତୁମେ ଜ୍ଞାନର ଦୀପଶିଖା
ତୁମ ସ୍ପର୍ଶରେ ଛାତ୍ର ଜୀବନ ଆଲୋକିତ ହୁଏ।
ତୁମେ ଅସୁମାରୀ ସ୍ବପ୍ନ
ଫୁଲର ମହକ
ଇନ୍ଦ୍ରଧନୁର ସାତ ରଙ୍ଗ
ଯାହାର ରଙ୍ଗରେ ଜୀବନ ରଙ୍ଗିନ ହୁଏ।
ତୁମେ ସୁଖର ଅସରାଏ ବର୍ଷା
ଯେଉଁଥିରେ ସାରାଜୀବନ ଭିିଜୁଥାଏ
ଆଉ ଅନ୍ୟକୁ ଭିଜାଏ ବାରମ୍ବାର
ସତରେ ତୁମେ ହିଁ ଜୀବନର
ଅବିସ୍ବସନୀୟ ବାସ୍ତବତା
ଯାହା ଖୁୁବ ଡେରିରେ ଅନୁଭବ କରିହୁଏ।