ଗୁରୁ
ଗୁରୁ


ତମସାର ମସାଲ ସାଗରର ବତୀଘର
ଗୁରୁ ଆମ ଆଦି ଦେବତା
ସତ୍ ମାର୍ଗ ର ମନ୍ତ୍ରଦାତା l
ସଭ୍ୟତାର ସେ ସାରଥି ଚାରିଛକ ର ଟ୍ରାଫିକ୍
ଗୁରୁ ସମାଜର ମେରୁଦଣ୍ଡ
ଲମ୍ବା ରାସ୍ତାର ମାଇଲ୍ ଖୁଣ୍ଟ l
ତୁମ ଚରଣେ ତୁମ ସେବାରେ ଚିର ନତ ମୋ ଆଶିଷ
ତୁମକୁ ମୁଁ ଅନୁସରଣୀ
ତୁମ ଗୁରୁତ୍ଵରେ ସଦା ରୁଣୀ l
କିଏ ହେବ ତୁମ ସରିକି ଏ ପାରିବ ରୁଣ ସୁଝି
ତୁମଠାରୁ ନାହିଁ ବଡ ସମ୍ପଦ
ହାତ ଛାଡିଲେ ମାଡେ ବିପଦ l
ତୁମେ ଦେଇଥିବା ଶିକ୍ଷା ପ୍ରୟୋଗେ ଚାଲିବି ପ୍ରତି ପାଦେ
ତୁମେ ଅଟ ମୋ ଭଗବାନ
ଗୁରୁ ମା ବାପା ସମାନ ।