ଗୁରୁ ସଦା ପୂଜ୍ୟ
ଗୁରୁ ସଦା ପୂଜ୍ୟ
"ଯାହା ଶିର ପରେ ଗୁରୁଙ୍କ ଛାୟା
କି କରି ପାରିବ ପାପ ର କାୟା ।
ଗୁରୁ ଆଶୀର୍ବାଦେ ଶିଷ୍ୟ
ଲଙ୍ଘିପାରେ ଯେ ଅବଶ୍ୟ
ଦୁର୍ଗମ ପାହାଡ଼ ମରୁଭୂମି ଅଚିରେ
ଅତଳ ଦରିଆ ଗର୍ଭେ
ନାବ ବାହିନିଏ ଭବେ
ଆଶୀର୍ବାଦ ପ୍ରାପ୍ତ ଥିଲେ ଯେ ମସ୍ତକରେ ।
ଯାହା ଶିର ପରେ ହାତ
ଗୁରୁଙ୍କର ଛାୟା ନ୍ୟସ୍ତ
କିବା ବନ୍ଧନ ହୋଇବ ଭବ ମୋହରେ
କିବା ପାପର କାୟା
ଅବା କି ହେବ ମାୟା
ଗୁରୁ ସର୍ବଦା ପୂଜ୍ୟ ଏହି ସଂସାରେ ।
ଅଜ୍ଞାନ ଅନ୍ଧକାର
ଦୂରୀଭୂତ ହୃଦର
ସଦଗୁରୁ ବିଚାର ଯଥା ଆଧାରେ
ଦଣ୍ଡ ବିଧାନ ଗୁଣେ
ଆଲୋକ ବିକିରଣେ
ଚାଟ ହୁଅଇ ଶ୍ରେଷ୍ଠ ଯହୁଁ ଧରାରେ ।
ବ୍ରହ୍ମା ଵିଷ୍ଣୁ ମହେଶ୍ୱର
ସକଳ ସୃଷ୍ଟି ଆଧାର
ପରଂବ୍ରହ୍ମ ପରମାତ୍ମା ଶିଷ୍ୟ ହୃଦରେ
ପଦ ଯୁଗଳରେ ମନ
ରହିଥିଲେ ଶିକ୍ଷା ଜାଣ
ସେ ଶିଷ୍ୟ ଜଗତେ ଉଚ୍ଚ ଜୀବ ଦଶାରେ ।
ଗୁରୁ ଶିଷ୍ୟ ପରମ୍ପରା
ରହିଛି ଅମ୍ଲାନ ପରା
ଆର୍ଯ୍ୟାବର୍ତ୍ତ ଭାରତ ର ହୃଦ ମଧ୍ୟରେ
ଯାହା ମସ୍ତକରେ ଛାୟା
କି କରିବ ପାପ କାୟା
ବିଚାରିବେ ସାଧୁଜନେ ଜ୍ଞାନ ସାଗରେ ।
ଏ ମାଟି ର ହେ ଦାୟାଦ
ନହୁଅ ଭ୍ରଷ୍ଟ ର ପଥ
ପୂର୍ବସୁରୀ ପୂର୍ବଜଙ୍କୁ କର ପ୍ରଣାମ
ଆଦ୍ୟ ଗୁରୁ ମାତା ପିତା
ପରେ ଜଗତ ବିଧାତା
ଏହି ଭାବ ହୃଦୟରେ ହେଉ ସଂସ୍ଥାନ ।
ଗୁରୁ ବାଣୀ ଯଥା ମଣି
ଅମ୍ଲାନ ନୁହେଁ ସେ ଗୁଣୀ
ଶିର ପରେ ରହିଥାଉ ଗୁରୁଙ୍କ ଛାୟା
ଅସାର ସଂସାରେ ତପ
ଜପିବା ସେ ଗୁରୁକଳ୍ପ
କି କରିପାରିବ କୁହ ପାପର କାୟା ।
ଭବ ସାଗରରୁ ପାରି
କରନ୍ତୁ ବାଙ୍କ ବିହାରୀ
ଶିର ପରେ ରହିଥାଉ ତୁମ ଆଶୀଷ
ଅଜ୍ଞାନ ବୁଦ୍ଧି ବଳରେ
ଯଦି ପାପ କର୍ତ୍ତବ୍ୟ ରେ
ମୋକ୍ଷ କର ଜଗଦୀଶ ମିନତୀ ବାରେ ।