ଗୁରୁ ପଦେ ଶରଣ
ଗୁରୁ ପଦେ ଶରଣ
ଅଜ୍ଞାନ ତିମିରେ ଜ୍ୟୋତିର ପ୍ରକାଶ
ତପ୍ତ ପରାଣେ ତୁମେ ଶୀତଳ ପରଶ l
ତୁମେ ଅଟ ଗୁରୁ ଜ୍ଞାନର ଭଣ୍ଡାର
ମୁକତି ଲଭିବି ସେବି ସେ ପୟର l
ଜୀବନ ଜଞ୍ଜାଳ ପଥେ ତୁମେ କର୍ଣ୍ଣଧାର
ଶତ ପଥେ ଚଳାଅ ହାତଧରି ମୋର l
କୃପା ଦୃଷ୍ଟି ଥାଉ ସଦା ଆମ୍ଭରି ଉପରେ
ତୁମ୍ଭ ତତ୍ୱବାଣୀ ହୃଦ ସଦା ଝୁରେ l
ମନ ମନ୍ଦିରେ ପୂଜିତ ସେ ପାଦ ପଦ୍ମ
ଚରଣେ ଶରଣ ଦିଅ ହେ ଗୁରୁଗୋବିନ୍ଦ l
ଶିକ୍ଷା ଦୀକ୍ଷା ପୁଣି ଆଚାର ବ୍ୟବହାର
ତୁମ ଦାନେ ପଥ ଶୃଙ୍ଖଳିତ ଆମ l
ଶିଖିବାର ଯାତ୍ରା ତ ନୁହଁଇ ସୀମିତ
ଶୈଶବ ରୁ ଶ୍ମଶାନ ଲମ୍ବିଥାଏ ପଥ l
ଜୀବନେ ଆଦ୍ୟ ଗୁରୁ ଅଟନ୍ତି ଜନନୀ
କରୁଥିବି ସେବା ତାଙ୍କ ମନ ଜାଣି l
ଜ୍ଞାନେ ଅନୁରକ୍ତି ଗୁରୁ ଜନେ ପ୍ରୀତି
ଅକ୍ଷୁର୍ଣ୍ଣ ରହିବ ଜଗତେ ପୂରୁବ କିରତୀ l
ହସିବ ଏ ଧରା ଗୁରୁ ଲଭିବେ ସନ୍ତୋଷ
କ୍ଷିତି ମଧ୍ୟେ ଶିଷ୍ୟ ଅରଜିଲେ ଯଶ l