ଗୁରୁ ଓ ଶିଷ୍ଯ
ଗୁରୁ ଓ ଶିଷ୍ଯ
ଶିଷ୍ୟ ନାବ ହେଲେ, ଗୁରୁ ନାବିକ
ଶିଷ୍ୟ ମୂଢ ହେଲେ, ଗୁରୁ ଶିକ୍ଷକ ॥
ଶିଷ୍ୟ ସୁତ ହେଲେ, ଗୁରୁ ଜନକ
ଶିଷ୍ୟ ପଦ ହେଲେ, ଗୁରୁ ପଥକ ॥
ଶିଷ୍ୟ ଲେଖା ହେଲେ, ଗୁରୁ ଲେଖକ
ଶିଷ୍ୟ ପୃଷ୍ଠା ହେଲେ, ଗୁରୁ ପୁସ୍ତକ ॥
ଶିଷ୍ୟ ଦୁଷ୍ଟ ହେଲେ, ଗୁରୁ ଶାସକ
ଶିଷ୍ୟ ଘୃତ ହେଲେ, ଗୁରୁ ଦୀପକ ॥
ଶିଷ୍ୟ ଫୁଲ ହେଲେ, ଗୁରୁ ମହକ
ଶିଷ୍ୟ ରସ ହେଲେ, ଗୁରୁ ବାହକ ॥
ଶିଷ୍ୟ ସ୍ଵର୍ଣ୍ଣ ହେଲେ, ଗୁରୁ ଚମକ
ଶିଷ୍ୟ ଧନ ହେଲେ, ଗୁରୁ ସିନ୍ଧୁକ ॥
ଶିଷ୍ୟ ସୁର ହେଲେ, ଗୁରୁ ସାଧକ
ଶିଷ୍ୟ ବାଦ୍ୟ ହେଲେ, ଗୁରୁ ବାଦକ ॥
